ରାଇରଙ୍ଗପୁର ଏସଡିଜେଏମ୍ ସ୍ମରଣିକା ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବାରିପଦା (ସଂକେତ ଟିଭି) : ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଏସଡିଜେଏମ୍ ସ୍ମରଣିକା ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । 49 ନମ୍ବର ଜାତୀୟ ରାଜପଥର ଛଇନାବେଡା ଛକଠାରେ ତାଙ୍କ କାର୍ ଏକ ବିଦ୍ୟୁତ ଖୁଣ୍ଟକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସ୍ମରଣିକା ତାଙ୍କ ଗାଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଛୁଟି ନେଇ ସେ ସ୍ୱାମୀଙ୍କ ଘରକୁ ଫେରୁଥିଲେ। ହେଲେ କାର୍‌ଟି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସ୍ୱାମୀ କାର୍‌ ଭିତରେ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।