ବୃଦ୍ଧି ପାଉଛି କରୋନା ସଂକ୍ରମଣ, କଟକରେ ମାସ୍କ ହେଲା ବାଧ୍ୟତାମୂଳକ
କଟକ (ସଂକେତ ଟିଭି) : ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।
ସିଏମ୍ସି ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ, ସପିଙ୍ଗ୍ ମଲ୍ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏହା ଉପରେ ଦୋକାନ ଏବଂ ମଲ୍ ମାଲିକ ନଜର ରଖିବେ । ଏଥିସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ନିୟମ ଉଲ୍ଲଂଘନ କଲେ ସିଏମ୍ସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି ।