ଇଂଲଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ରୋହିତ

ବର୍ମିଂହାମ(ଇଂଲଣ୍ଡ) (ସଂକେତ ଟିଭି) : କରୋନାରେ ଆକ୍ରାନ୍ତ ହେବା ଯୋଗୁଁ ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ ଖେଳିବାରୁ ବଂଚିତ ହୋଇଥିବା ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆ ଯାଇଛି ।

ତେବେ ରୋହିତ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରୁ ଖେଳିବେ ବୋଲି ପ୍ରଥମେ ନିଷ୍ପତ୍ତି ହୋଇ ଥିଲା । ମାତ୍ର କରୋନାରେ ଆକ୍ରାନ୍ତ ହୋଇ ଥିବାରୁ ସେ ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ ଖେଳିବା ପାଇଁ ଅସମର୍ଥ ହେବାରୁ ଟି-୨୦ ସିରିଜ ପ୍ରଥମ ମ୍ୟାଚ ଖେଳିବେ ବୋଲି ଜଣା ପଡିଛି ।

ତେବେ ଟେଷ୍ଟ ଦଳର ୪ ଖେଳାଳି ବିରାଟ କୋହଲି , ରିଷଭ ପନ୍ତ, ଯଶପ୍ରୀତ ବୁମରା, ଶ୍ରେୟସ ଆୟାର ଜୁଲାଇ ୯ ତାରିଖ ଦିନ ,ଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବା ପାଇଁ ନିଷ୍ପତ୍ତି ହୋଇ ଥିବାରୁ ଏହି ସିରିଜ ପରେ ଭାରତୀୟ ଦଳର ଓପନର ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ ଓ ରାହୁଲ ତ୍ରିପାଠୀ ଭାରତ ପ୍ରତ୍ୟାବର୍ତ୍ତନ କରିବେ ।

ତେବେ ଭେଟେରାନ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଭାରତୀୟ ଦଳରେ ସାମିଲ କରିବା ଯୋଜନା ନ ଥିବାରୁ ସେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଖେଳିବାରୁ ବଂଚିତ ହେବା ନିଶ୍ଚିତ ହୋଇ ଯାଇଛି । ତେବେ ୩୭ ବର୍ଷୀୟ ଓପନର ଶିଖର ଧାୱନ ଓ ପେସ୍ ବୋଲର ମହମଦ ସିରାଜଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ମନୋନୀତ କରା ଯାଇଛି ।

ପ୍ରଥମ ଟି-୨୦ ସିରିଜ ପାଇଁ ମନୋନୀତ ଦଳ ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ , ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟାର, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ହର୍ଶଲ ପଟେଲ, ଅଭେସ ଖାନ୍‌, ଆର୍ଶଦୀପ ସିଂ, ଉମ୍ରନ ମାଲିକ ।

ଦ୍ୱିତୀୟ ଓ ତୃତୀୟ ଟି୨୦ ପାଇଁ ଦଳ : ରୋହିତ ଶର୍ମା(ଅଧିନାୟକ),ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟାର, ଦିନେଶ କାର୍ତ୍ତିକ , ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ନୋଇ , ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ,ଅଭେସ ଖାନ୍‌, ହର୍ଶଲ ପଟେଲ, ଉମ୍ରନ ମାଲିକ ।

ଭାରତୀୟ ଦିନିକିଆ ଦଳ ରୋହିତ ଶର୍ମା(ଅଧିନାୟକ) ଶିଖର ଧାୱନ, ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ନା,ମହମ୍ମଦ ସିରାଜ, ଆର୍ଶଦୀପ ସିଂ ।