ଆସ୍ଥା ଭୋଟରେ ବିଜୟୀ ହେଲେ ଏକନାଥ ସିନ୍ଦେ

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଫ୍ଲୋର ଟେଷ୍ଟରେ ସିନ୍ଧେ ନେତୃତ୍ବାଧୀନ ନୂତନ ସରକାର ବିଜୟୀ ହୋଇଛନ୍ତି। ବହୁମତ ପ୍ରମାଣ ପାଇଁ ୧୪୪ ବିଧାୟକଙ୍କ ସଂଖ୍ୟା ଆବଶ୍ୟକତା ଥିବା ସିନ୍ଦେ ସରକାରଙ୍କ ସପକ୍ଷରେ ମୋଟ ୧୬୪ ଭୋଟ୍ ପଡ଼ିଥିବାବେଳେ MVA ସପକ୍ଷରେ ୯୯ ଭୋଟ୍ ପଡ଼ିଛି ।ବିଧାନସଭା ବାଚସ୍ପତି ଏହାର ଘୋଷଣା କରିଛନ୍ତି ।

ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଏହି ସଂକଳ୍ପକୁ ସମର୍ଥନ କରି ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞ । ୧୯୮୦ ଦଶକରେ ସିନ୍ଦେ ସାହେବ ଶିବସେନାରେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଜଣେ ସାଧାରଣ କର୍ମୀ ଭାବରେ ଅନେକ ଦାୟିତ୍ୱ ଗ୍ରହଣ କରି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ସେ କହିଛନ୍ତି ।