EducationFeaturedLatest

ଜୁଲାଇ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର (ସଂକେତ ଟିଭି): ଦ୍ୱାଦଶ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଜୁନ୍ 2 ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା । 64ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ 37ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହୋଇଥିଲା। ବିଶେଷ ଭାବରେ 2ଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହୋଇଥିଲା। ସୂଚନା ଅନୁଯାୟୀ, ଗତ ଏପ୍ରିଲ 28ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଜୁନ୍‌ 4 ପର୍ଯ୍ୟନ୍ତ ଏହା ଚାଲିଥିଲା।