କୋହଲିଙ୍କ ଶତକର ମରୁଡି, ବିନା ଶତକରେ ୯୫୪ ଦିନ

ନୂଆଦିଲ୍ଲୀ (ସଂକେତ ଟିଭି): ଏମିତି ଆଉ କେତେ ଦିନ ଖରାପ ଫର୍ମ ଦେଇ ଗତି କରିବେ ବିରାଟ କୋହଲି । କେବେ ତାଙ୍କ ବ୍ୟାଟକୁ ଦେଖିବାକୁ ମିଳିବ ଶତକ ? ତାଙ୍କ ପ୍ରଶଂସକ, କ୍ରିକେଟ୍ ସମୀକ୍ଷକଙ୍କୁ ଘାରିବାରେ ଲାଗିଛି ଏହି ପ୍ରଶ୍ନୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ ଅଢେଇ ବର୍ଷ ହେବ ଶତକଟିଏ ଅର୍ଜନ କରି ପାରି ନାହାନ୍ତି । ବର୍ମିଂହାମର ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟର ଉଭୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି କୋହଲି ।

କୋହଲିଙ୍କ ଶତକର ମରୁଡି ମାସେ କି ଦୁଇ ମାସ ନୁହେଁ ଅଢେଇ ବର୍ଷ ହେବ ଜାରି ରହିଛି । ଯଦି ଦିନ ହିସାବରେ ଗଣାଯିବ ତେବେ ଏହି ଷ୍ଟାର ବ୍ୟାଟସମ୍ୟାନ ୯୫୪ ଦିନ ହେବ ଶତକ ଅର୍ଜନ କରି ପାରି ନାହାନ୍ତି । ଏମିତି ଆଉ କେତେ ଦିନ ଚାଲିବ ତାହା କହିବା ବି ମୁସ୍କିଲ । ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୧ ଏବଂ ଦ୍ବିତୀୟ ଇନିଂସରେ ୨୦ ରନ କରିଛନ୍ତି ।

ବିରାଟ କୋହଲି ଶେଷ ଶତକ ୨୦୧୯ରେ ବାଂଲାଦେଶ ବିକ୍ଷରେ ହାସଲ କରିଥିଲେ । ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତାରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ କୋହଲି ୧୩୬ ରନର ଇନିଂସ ଖେଳିଥିଲେ । ଭାରତ ଉକ୍ତ ଟେଷ୍ଟରେ ବିଜୟ ହାସଲ କରିଥିଲା । ଏହା ପରଠ କୋହଲି ୧୮ ଟେଷ୍ଟ, ୨୧ ଦିନିକିଅ । ଏବଂ ୨୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମାତ୍ର ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି ।

ଏହି ସମୟରେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରମଶଃ ୫୧ ଏବଂ ୪୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ରାହୁଲ ୫ ଏବଂ ରୋହିତ ଶର୍ମା ୪ ଶତକ ହାସଲ
କରିଛନ୍ତି । କୋହଲି ଏହି ସମୟରେ ୧୮ଟି ଟେଷ୍ଟରେ ୩୨ଟି ଇନିଂସରୁ ୨୭.୨୫ ହାରରେ ୮୭୨ ରନ କରିଛନ୍ତି । କୋହଲି ଚାରି ଥର ଶୂନ୍ୟରେ ଆଉଟ୍‌ ହୋଇଛନ୍ତି ଏବଂ ଛଅଟି ଅର୍ଦ୍ଧଶତକ ମାରିଛନ୍ତି ।

୨୦୧୯ ଡିସେମ୍ବରରୁ କୋହଲିଙ୍କ ରେକର୍ଡ
ମୋଟ୍ ଅନ୍ତର୍ଜାତୀୟ ମ୍ୟାଚ୍ ୬୪,
୨୫୦୯ ରନ, ୨୪ ଅର୍ଦ୍ଧଶତକ
ଟେଷ୍ଟ: ୧୮, ୭୯୧ ରନ, ୬ ଅର୍ଦ୍ଧଶତକ
ଦିନିକିଆ: ୨୧, ୭୯୧ ରନ, ୧୦ ଅର୍ଦ୍ଧଶତକ
ଟି-୨୦: ୨୫, ୮୪୬ ରନ, ୮ ଅର୍ଦ୍ଧଶତକ