EntertainmentLatest

ଫିଲ୍ମ ‘ଲାଇଗର’ ପାଇଁ ଉଲଗ୍ନ ହେଲେ ବିଜୟ ଦେବରାକୋଣ୍ଡା

ମୁମ୍ବାଇ (ସଂକେତ ଟିଭି): ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଅନନ୍ୟା ପାଣ୍ଡେ ଫିମେଲ ଲିଡ୍ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ମକରନ୍ଦ ପାଣ୍ଡେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ସମୟ ଅପେକ୍ଷା କରିଛନ୍ତି ଏବଂ ଫିଲ୍ମର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ନିର୍ମାତା ଲାଇଗର୍‌ରୁ ବିଜୟ ଦେବରାକୋଣ୍ଡାର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ନଗ୍ନ ଦେଖାଯାଉଛନ୍ତି । ଅଭିନେତା ତାଙ୍କର ଗୋଟିଏ ହାତରେ ଏକ ପୁଷ୍ପଗୁଚ୍ଛ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଲୁଚାଇ ରଖିଛନ୍ତି ।

ବିଜୟଙ୍କ ଏହି ସୁପର ବୋଲ୍ଡ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପୂର୍ବରୁ ଅମୀର ଖାନଙ୍କ ଫିଲ୍ମ ପିକେ ପାଇଁ ଏପରି ପୋଷ୍ଟର ତିଆରି କରାଯାଇଥିଲା, ଯାହା ବିବାଦ ପରେ ପ୍ରତ୍ୟାହାର କରିବାକୁ ପଡିଥିଲା । ଲାଇଗରର ମୁଖ୍ୟ ଅଭିନେତା ବିଜୟ ଦେବରାକୋଣ୍ଡା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏହି ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି, ‘ଏକ ଫିଲ୍ମ ଯାହା ମୋର ସବୁକିଛି ନେଇଥିଲା । ମାନସିକ, ଶାରୀରିକ ସ୍ତରରେ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଥିଲା । ମୁଁ ମୋର ସବୁକିଛି ଆପଣଙ୍କୁ ଦେଇଛି । ଖୁବ୍ ଶୀଘ୍ର ଆସୁଛି ।’

ଅଭିନେତାଙ୍କ ଏହି ଲୁକ୍ ଉପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ଏହି ଲୁକରେ ବିଜୟଙ୍କୁ ଦେଖିବା ପରେ ଅନେକ ଲୋକ ‘ପିକେ’କୁ ମନେ ପକାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ସାର, ଆପଣଙ୍କର ଏହି ପୋଷ୍ଟର ମୋତେ ଟିକେ ନିରାଶ କରିଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା କେଉଁ ପ୍ରକାର ଅଶ୍ଳୀଳତା ।