ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଶିଖର ଧାଓ୍ଵନ ଅଧିନାୟକ

ନୂଆଦିଲ୍ଲୀ (ସଂକେତ ଟିଭି): ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଶିଖର ଧାଓ୍ଵନଙ୍କୁ ଦଳର ଅଧିନାୟକ କରାଯାଇଛି । ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଇଂଲଣ୍ଡ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍ ପରେ ଭାରତ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ଏ ଗସ୍ତରେ ଦଳ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମୁକାବିଲା ଖେଳିବ। ତେବେ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇ ନାହିଁ।

ଏଥିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଯଶପ୍ରୀତ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ସଞ୍ଜୁ ସାମସନ, ଅକ୍ଷର ପଟେଲ୍, ମହମ୍ମଦ ସିରାଜ। ଇଶାନ କିଷନ ଏବଂ ଶୁଭମାନ ଗିଲ୍‌ଙ୍କୁ ମଧ୍ୟ ଏହି ସିରିଜରେ ସୁଯୋଗ ମିଳିଛି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ
ଶିଖର ଧାଓ୍ଵନ(ଅଧିନାୟକ), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅଭେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତ
ପ୍ରଥମ ଦିନିକିଆ- ଜୁଲାଇ ୨୨, ୭ଟାରୁ ଆରମ୍ଭ
ଦ୍ଵିତୀୟ ଦିନିକିଆ- ଜୁଲାଇ ୨୪, ୭ଟାରୁ ଆରମ୍ଭ
ତୃତୀୟ ଦିନିକିଆ- ଜୁଲାଇ ୨୭, ୭ଟାରୁ ଆରମ୍ଭ

ପ୍ରଥମ ଟି-୨୦- ଜୁଲାଇ ୨୯
ଦ୍ଵିତୀୟ ଟି-୨୦- ଅଗଷ୍ଟ ୧
ତୃତୀୟ ଟି-୨୦- ଅଗଷ୍ଟ ୨
ଚତୁର୍ଥ ଟି-୨୦- ଅଗଷ୍ଟ ୬
ପଞ୍ଚମ ଟି-୨୦- ଅଗଷ୍ଟ ୭