ମେଟ୍ରିକ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ

ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଣୀ ସାହିରେ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ନିଜ ଦେହରେ କିରୋସିନି ଢାଳି କଳ୍ପନା ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ । ଛାତ୍ରୀ ଜଣକ ହେଉଛନ୍ତି କଳ୍ପନା ଜେନା।

ତେବେ ସେ କାହିଁକି ଏପରି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । କଳ୍ପନା ପଦ୍ମନାଭପୁର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ । ହୁତୁ ହୁତୁ ହୋଇ ଜଳିବା ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଆତ୍ମହତ୍ୟାର କାରଣ କଣ ସେ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି ।