ମାଟ୍ରିକ୍ ପରୀକ୍ଷାରେ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ (ସଂକେତ ଟିଭି): ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି । ସେ ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖି ସଫଳତା ହାସଲ କରି ବି-୧ ଗ୍ରେଡ଼ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ତାଙ୍କର ମୋଟ ମାର୍କର ୭୨ ପ୍ରତିଶତ ରହିଛି । ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ।

ସେ ପରୀକ୍ଷାରେ ପାସ୍ ହେବା ପରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି ।