ରାହୁଲ ଦ୍ରାବିଡ ଦଳକୁ ଶିଖରରେ ପହଁଚାଇବେ : ରବି ଶାସ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ଦଳର କୋଚ୍ ଦାୟିତ୍ୱ ଏବେ ରାହୁଲ ଦ୍ରାବିଡଙ୍କ ହାତରେ । ରାହୁଲ ଦାୟିତ୍ୱ ନେଲା ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ସକସେସ୍ ବି ପାଇଛନ୍ତି ଦି ୱାଲ । ଏହାମଧ୍ୟରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ନୂଆ କୋଚଙ୍କ କାର୍ଯ୍ୟକାଳକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ।

ଶାସ୍ତ୍ରୀ କହିଛନ୍ତି, ରାହୁଲ ନିଜ କାର୍ଯ୍ୟକାଳରେ ଦଳକୁ ନୂଆ ଶିଖରରେ ପହଁଚାଇବେ । ତାଙ୍କୁ ଗତବର୍ଷ ମଧ୍ୟ କୋଚ୍ ଭାବେ ଦାୟିତ୍ୱ ମିଳିଥିଲା । ରାହୁଲ ଓ ରୋହିତ ଶର୍ମାଙ୍କ ଯୋଡି ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଅ ।ଶା କରାଯାଉଛି । ତାଙ୍କ ପରେ ରାହୁଲଙ୍କଠୁ ଆଉ କେହି ଭଲ କୋଚ୍‌ ହୋଇ ନପାରନ୍ତି । ତାଙ୍କୁ ଭୁଲରେ ଏକି ଦାୟିତ୍ୱ ମିଳିଯାଇଥିଲା ବୋଲି ସେ ମଜାରେ କହିଛନ୍ତି । ସେ କମେଣ୍ଟ୍ରି ବକ୍ସରେ ଠିକ୍ ଥିଲେ । ହେଲେ ଦ୍ରାବିଡ ଏକ ପ୍ରକ୍ରିୟାରେ କୋଚ୍ ହୋଇଛନ୍ତି ।

ସେ ଦୀର୍ଘ ଦିନ ଧରି ଅଣ୍ଡର-୧୯ ଦଳର କୋଚ୍ ରହିଥିଲେ । ପୂର୍ବତନ କୋଚ୍ ଆହୁରି ମଧ୍ୟ କହିଛନ୍ତି ଯେ, ମିଡିଆ ତାଙ୍କୁ ବହୁତ ହଇରାଣ କରୁଥିଲା । ସେ କେବଳ ମିଡିଆକୁ ନେଇ ଚିନ୍ତିତ ଥିଲେ । ଦଳ ଭଲ ପ୍ରଦର୍ଶନ କରୁଥିଲେ ଗଣମାଧ୍ୟମ ନିଜ ଅନୁସାରେ ରିଆକ୍ସନ ଦେଉଥିଲା । କିନ୍ତୁ ଖେଳାଳି ଖରାପ ପ୍ରଦର୍ଶନ କଲେ ସେମାନେ କଡା ଟାର୍ଗେଟ୍‌ କରୁଥିଲେ । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଲଗାତାର ଦୁଇଥର ଟେଷ୍ଟ୍ ସିରିଜ୍‌ କବଜା କରିଥିଲା । ଏହାବ୍ୟତୀତ ଦଳ ଆଫ୍ରିକା ମାଟିରେ ବି ସିରିଜ୍ ଜିତିଥିଲା । ତେବେ ଦଳ ଆଇସିସିର କୌଣସି ଟ୍ରଫି ଜିତିପାରିନଥିଲା । ଫଳରେ ଶାସ୍ତ୍ରୀଙ୍କୁ ପ୍ରଶଂସକ ସମାଲୋଚନା ମଧ୍ୟ କରୁଥିଲେ । ଭାରତ ଟେଷ୍ଟ୍ ଟିମରେ ଏକ ନମ୍ବର ଥିଲେ ସୁଧା ବିଶ୍ ଟେଷ୍ଟ୍ ଚାମ୍ପିଅନସିପ ଫାଇନାଲରେ ପରାସ୍ତ ହୋଇଥିଲା ।