ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ (ସଂକେତ ଟିଭି): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଆଜି ବନ୍ଧନରେ ବାନ୍ଧି ହୋଇଛନ୍ତି । ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୪୮ ବର୍ଷୀୟ ଭଗବତ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡ୍ଡା ସାମିଲ ହୋଇଥିଲେ । ତେବେ ଅରବିନ୍ଦ କେଜରିଓ୍ୱାଲ୍ ଏହି ବିବାହ ଉତ୍ସବରେ ବାପା ସାଜି କନ୍ୟାଦାନ କରିଥିଲେ । ତେବେ ଏହି ବିବାହ ଉତ୍ସବରେ ବେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା ।