୧୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁପର ଭାଇଜର

ପୁରୀ (ସଂକେତ ଟିଭି): ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁରୀ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୁରୀ ଡିଆଇସି ଅଫିସରେ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା।

ସବସିଡି ଟଙ୍କା ରିଲିଜ ପାଇଁ ସେ ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା‌ ଲାଞ୍ଚ ନେଉଥିଲେ ।‌ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସମସ୍ତ ଟଙ୍କାକୁ ଭିଜିଲାନ୍ସ ସିଜ୍ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।