ଜମିପଟ୍ଟା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲଦାର

ବାରିପଦା (ସଂକେତ ଟିଭି): ଜମି ପଟ୍ଟା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲର ତହସିଲଦାର ସତ୍ୟ ସୁନ୍ଦର ରାଉତ । ସେ ଜମି ପଟ୍ଟା କରିଦେବା ପାଇଁ ୧୫ ହଜାର ଟଙ୍କା ଭଞ୍ଜକିଆର ଚକ୍ରଧର ମହାନ୍ତଙ୍କ ଠାରୁ ଲାଞ୍ଚ ନେଉଥିଲେ । ଜମିର କିସମ ବଦଳାଇବା ପାଇଁ ମୋଟ ୪୦ ହଜାର ଟଙ୍କା କଥାବାର୍ତ୍ତା ହେଇଥିବା ବେଳେ ପୂର୍ବରୁ ୨୫ ହଜାର ଟଙ୍କା ଅମିନ କମଳ ପାତ୍ରଙ୍କ ଜରିଆରେ ନେଇଥିଲେ । ଆଜି ବାକି ୧୫ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ମାଡି ବସିଥିବା ଜଣାପଡ଼ିଛି ।

ଏହି ଲାଞ୍ଚ କାରବାର ସହିତ ଅମିନ କମଳ ଲୋଚନ ପାତ୍ର ମଧ୍ୟ ସଂପୃକ୍ତ ଥିଲେ। ତେବେ ଭିଜିଲାନ୍ସ ଟିମ୍‌ ଶ୍ରୀ ରାଉତଙ୍କ ୪ଟି ସ୍ଥାନରେ ଓ ଶ୍ରୀ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।