ଏନବିସିସି ର ପୂର୍ବତନ ଅଧିକାରୀଙ୍କ ଘରେ ଆଇଟି ରେଡ୍, ମିଳିଲା ୨ କୋଟି ନଗଦ କ୍ୟାସ୍‌

ନୂଆଦିଲ୍ଲୀ (ସଂକେତ ଟିଭି): ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେସନ୍‌ (ଏନବିସିସି)ର ପୂର୍ବତନ ସିଜିଏମ୍‌ ଡି.କେ. ମିତ୍ତଲଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ୨କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଏହା ସହିତ ବହୁ ପରିମାଣର ଅଳଙ୍କାର, ଏବଂ ଅନ୍ୟାନ୍ୟ ଦସ୍ତାବିଜ ମିଳିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ପୂର୍ବତନ ସିଜିଏମ୍‌ ନିଜ ଘରୁ ମିଳିଥିବା ଟଙ୍କା ଓ ଅଳଙ୍କାର ବିବାଦରେ ସମ୍ପୂର୍ଣ୍ଣ ବିବରଣୀ ବିଭାଗ ତରଫରୁ ପ୍ରକାଶ କରାଯାଇନାହିଁ । କିନ୍ତୁ ନଗଦ ଜବତ ହୋଇଥିବା ଟଙ୍କା ଏବେବି ଗଣା ଚାଲିଛି । ଏଥିପାଇଁ ଦୁଇଟି ମେସିନ୍‌କୁ ମଧ୍ୟ ଉପଯୋଗ କରାଯାଉଛି ।

ସର୍ଚ୍ଚ ସମୟରେ ଆୟକର ବିଭାଗର ଟିମ୍‌କୁ ମିଳିଥିବା ଦସ୍ତାବିଜକୁ ନେଇ ବିଭାଗ ଡିକେଙ୍କୁ ପଚରାଉଚରା କରୁଛି। ରିପୋର୍ଟ ମୁତାବିକ ଡିକେଙ୍କ ନାମରେ ପୂର୍ବରୁ ଭ୍ରଷ୍ଟାଚାର କରିଥିବା ନେଇ ଏକ ଅଭିଯୋଗ ଥିବା ବେଳେ ସିବିଆଇ ଏହାର ତଦନ୍ତ କରୁଛି । ମିତ୍ତଲ କିଛି ଦିନ ପୂର୍ବରୁ ଅବସର ଗ୍ରହଣ କରିଥିବାବେଳେ ସେ ନୋଇଡାର ସେକ୍ଟର 19ରେ ରହୁଛନ୍ତି ।