ଦ୍ରୌପଦୀଙ୍କ ପାଇଁ ପ୍ରଚାର ଆଳରେ ନାଟକ କରୁଛି ବିଜେଡି

ଭୁବନେଶ୍ବର (ସଂକେତ ଟିଭି): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଉଭୟ ବିଜେଡି ଏବଂ ବିଜେପି ଭୋଟ୍ ଦେବା ସ୍ପଷ୍ଟ ହୋଇଥିବା ବେଳେ ଏ ନେଇ କିନ୍ତୁ ଆରମ୍ଭ ହୋଇଛି କ୍ରେଡିଟ୍ ଓ୍ବାର୍ । ଦ୍ରୌପଦୀଙ୍କ ଗସ୍ତ ବେଳେ ଉଭୟ ଦଳ କେହି କାହାରିକୁ ସୁଯୋଗ ଛାଡିନାହାନ୍ତି ।

ତେବେ ବିଜେଡିର କିଛି ପଦକ୍ଷେପକୁ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ନେତା ମୋହନ ମାଝୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଦ୍ରୌପଦୀଙ୍କ ପାଇଁ ବିଜେଡି ପ୍ରଚାର ଆଳରେ ନାଟକ କରୁଛି । ସେ କହିଛନ୍ତି, ଏନଡିଏ ବାହାରେ ଥାଇ ମଧ୍ୟ ଅନେକ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ବିଜେପି କୌଣସି ପରିସ୍ଥିତିରେ କଂଗ୍ରେସକୁ ଅନୁରୋଧ କରିବ ନାହିଁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପାଇଁ ବାଟ ଫିଟି ଯାଇଛି । ଯାହା ଓଡିଶା ପାଇଁ ଶୁଭ ସଂକେତ । କିନ୍ତୁ ବିଜେଡି ଶ୍ରେୟ ନେବା ପାଇଁ ନାଟକ କରୁଛି, ତଥାପି ବିଜେପିକୁ ଏହାର ଫାଇଦା ମିଳିବ ବୋଲି ମୋହନ ଦୃଢୋକ୍ତି କରିଛନ୍ତି ।