ଦକ୍ଷିଣ ଆଫ୍ରିକା ବାର୍‌ରେ ଗୁଳିକାଣ୍ଡ: ଅନ୍ୟୂନ ୧୫ ମୃତ; ୯ ଗୁରୁତର

ଜୋହନ୍ସବର୍ଗ (ସଂକେତ ଟିଭି): ଦକ୍ଷିଣ ଆଫ୍ରିକାର ଜୋହନ୍‌ସ୍‌ବର୍ଗସ୍ଥିତ ସୋୱେଟୋ ଟାଉନ୍‌ସିପ୍‌ରେ ଥିବା ଏକ ବାର୍‌ରେଶନିବାର ରାତିରେ ଗୁଳିକାଣ୍ଡ ଘଟିବାରୁ ଅନ୍ୟୂନ ୧୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ କ୍ରିସ୍‌ ହାନି ବରଗୱନାଥ ହସ୍ପିଟାଲ୍‌କୁ ନିଆଯାଇଛି।

ଗୁଳିକାଣ୍ଡ ସମ୍ପର୍କରେ ପୋଲିସକୁ ରାତି ସାଢେ ବାରଟାରେ ଖବର ମିଳିଥିଲା ବୋଲି ପୋଲିସ ଲେଫ୍ଟନାଣ୍ଟ ଏଲିଆସ ମାଭେଲା କହିଛନ୍ତି। ସେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ଗୋଟାଏ ମିନିବସ୍ ଟ୍ୟାକ୍ସିରେ ଦଳେ ଲୋକ ଆସି ବାର୍‌ର କେତେକ ଗ୍ରାହକଙ୍କ ଉପରକୁ ଗୁଳି ଚଳାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥାମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାତିରେ ଉକ୍ତ ଲାଇସେନ୍‌ସ୍‌ପ୍ରାପ୍ତ ବାର୍‌ରେ ଲୋକେ ଫୂର୍ତ୍ତି କରୁଥିଲେ। ହଠାତ୍‌ ସେମାନେ ଗୁଳି ଫୁଟା ଶବ୍ଦ ଶୁଣିଥିଲେ। ସେତେବେଳେ ଯାଇ ସୋମନେ ବାର୍‌ରୁ ଧାଇଁ ପଳାଇବାକୁ ଉଦ୍ୟମ କରିଥିଲେ। ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଆମେ ଏପର୍ଯ୍ୟନ୍ତ ସବିଶେଷ ବିବରଣୀ ପାଇନାହୁଁ। କାହିଁକି ବନ୍ଧୁକଧାରୀମାନେ ବାର୍‌ରେ ଥିବା ଲୋକମାନଙ୍କୁ ଆକ୍ରମଣ କଲେ ତାହା ମଧ୍ୟ ଜଣାପଡ଼ି ନାହିଁ। ଏହି ଗୁଳିକାଣ୍ଡରେ ଉଚ୍ଚ କ୍ଷମତାସମ୍ପନ୍ନ ବନ୍ଧୁକ ବ୍ୟବହୃତ ହୋଇଥିଲା। ଏହି ଘଟଣାର ୪ ଦିନ ପୂର୍ବରୁ ଏକ ନାଇଟ୍ କ୍ଲବରେ ୨୧ ଜଣ ଟିନଏଜଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଜୋହନ୍ସବର୍ଗ ଗୁଳିକାଣ୍ଡ ଦେଶରେ ଯୁବ ଗୋଷ୍ଠୀଙ୍କୁ ମଦ ବିକ୍ରିକୁ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।