ବାବୁଲ ସୁପ୍ରିଓ ହେଲେ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର

କୋଲକାତା (ସଂକେତ ଟିଭି): ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ପାର୍ଟିର ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି। ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି।

ବାବୁଲ ସୁପ୍ରିଓ ଜଣେ ଗାୟକ ଓ ରାଜନେତା। ଉଭୟ ରୂପରେ ସେ ସାରା ଦେଶରେ ଜଣେ ପରିଚିତ ଚେହେରା। ଏଣୁ ସେ ପାର୍ଟିର ବିଚାର ଓ ନୀତିକୁ ଜାତୀୟ ମଞ୍ଚରେ ରଖିବାରେ ଆମକୁ ସହଯୋଗ କରିବେ ବୋଲି ଟିଏମସି ନେତା କହିଛନ୍ତି। ପୂର୍ବତନ ବିଜେପି ସାଂସଦ ସୁପ୍ରିଓଙ୍କୁ ଗତବର୍ଷ ମନ୍ତ୍ରାଳୟରୁ ହଟାଇ ଦିଆଯାଇଥିଲା। ଏହା ପରେ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ। ଏହା ସହ ସେ ତାଙ୍କର ଆସାନସୋଲ ଲୋକସଭା ସିଟ୍ ମଧ୍ୟ ଛାଡି ଦେଇଥିଲେ।

ବାବୁଲ ସୁପ୍ରିଓ ପୂର୍ବରୁ ଟିଏମସିରେ ନେତା ଥିଲେ। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ସେ ଦୁଇ ଥର ଆସାନସୋଲ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତେବେ ଗତ ବେଙ୍ଗଲ ବିଧାନସଭା ନିର୍ବାଚନରେ ବେଜିପିର ଶୋଚନୀୟ ପରାଜୟ ପରେ ଅଭିଷେକ ବାନାର୍ଜୀ ତାଙ୍କୁ ପୁଣି ଦଳକୁ ଆଣିଥିଲେ।