ବିଦ୍ରୋହୀ ବିଧାୟକଙ୍କ ପାଇଁ ମାତୋଶ୍ରୀର କବାଟ ଖୋଲା ଅଛି : ଆଦିତ୍ୟ ଠାକରେ

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ଶିବସେନା କନ୍ଦଳର ପୂର୍ଣ୍ଣଚ୍ଛେଦ ପଡିନାହିଁ । ଶିବସେନାର ମୁଖିଆ ବୋଲି ବର୍ତ୍ତମାନ ଉଦ୍ଧବ ଠାକରେ ଦାବି କରୁ ଥିବାବେଳେ ଏକନାଥ ସିନ୍ଦେ ଲଗାତର ଭାବେ ଶିବସେନାର ଅସଲ ମାଲିକ ବୋଲି କହୁଛନ୍ତି ।

ଏହି ସବୁ ଅଟକଳ ମଧ୍ୟରେ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକରେ ଶିବସେନା ଅସଲ ସୁପ୍ରିମୋ ବୋଲି କହିଛନ୍ତି । ଦଳର ସବୁ ନେତା ତାଙ୍କ ସହ ଥିବା ସେ ଜୋର୍ ଦେଇଛନ୍ତି । ଆହୁରି ମଧ୍ୟ ବିଦ୍ରୋହୀଙ୍କୁ ନିର୍ବାଚନ ଲଢିବା ପାଇଁ ଚେତାବନୀ ଦେଇଛନ୍ତି । ଏପରିକି ମାତୋଶ୍ରୀକୁ ଫେରି ଆସିବାକୁ ମଧ୍ୟ ବିକଳ୍ପ ଦେଇଛନ୍ତି ।

ଆଦିତ୍ୟ କହିଛନ୍ତି ଯେ, ତୃଣମୂଳରସ୍ତରର ନେତା ତାଙ୍କ ସହ ଅଛନ୍ତି । ପିତା ଉଦ୍ଧବଙ୍କ ସହ ଛିଡା ହୋଇଛନ୍ତି । ଅନେକ ବିଧାୟକ ଖୁସିରେ ଆମକୁ ଛାଡି ଯାଇଛନ୍ତି । ସେମାନଙ୍କ ପାଖରେ ନିର୍ବାଚନ ଲଢିବା ପାଇଁ ଶକ୍ତି ଓ ସାହସ ଥିବା ଦରକାର । କିନ୍ତୁ ଯେଉଁମାନେ ଫେରି ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମାତୋଶ୍ରୀର କବାଟ ଖୋଲା ଅଛି ।

ଆଦିତ୍ୟଙ୍କ ଏହି ବୟାନ ଖୁବ୍ ଗୁରୁତ୍ନ ବହନ କରିଥାଏ । କାରଣ କିଛି ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କ ପାଖକୁ ଫେରି ଆସନ୍ତି ବୋଲି ଆଶାରେ ଅଛନ୍ତି ଉଦ୍ଧବ । ଏପରି ହେଲେ ସିନ୍ଦେ ଗୋଷ୍ଠୀ ଅକଳରେ ପଡିବ ।