ଭୁବନେଶ୍ବରରେ ବଢିଲା କରୋନା ସଂକ୍ରମଣ, ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ବରରେ ପୁଣି କୋରୋନା ସଂକ୍ରମଣ ବଢିଛି । ବିଏମସି ଏହି ସଂକ୍ରମଣ ରୋକିବାକୁ ଆଜିଠାରୁ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ନିର୍ଦ୍ଦେଶ ଦେଇଛି । ଭୁବନେଶ୍ୱରର ସମସ୍ତ ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନରେ ଜଣେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଗହଳି ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି ।