ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ମାମଲା ଉପରେ ଆଜି ସୁପ୍ରିମ୍ କୋର୍ଟ ଆଜି ଶୁଣାଣି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହି ମାମଲାରେ ସମ୍ପୃକ୍ତ ଥିବା ଉଭୟ ଗୋଷ୍ଠୀର ‘ଶିବସେନା’ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହି ରହିତାଦେଶ ଜାରି କରିଛନ୍ତି। ଆଜି ଶୁଣାଣି ସମୟରେ ସଲିସେଟର ଜେନେରାଲଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରିବାକୁ କହିବା ସହ କୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି ।
କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି ପାଇ ଏକ ଖଣ୍ଡପୀଠ ଗଠନ ହେବାର ଆବଶ୍ୟକତା ରହିଛି । ଏହି ପ୍ରକ୍ରିୟା ପାଇଁ କିଛି ସମୟ ମଧ୍ୟ ଲାଗିବ । ଉଦ୍ଧବ ଠାକରେ ଗୋଷ୍ଠୀ ମାମଲାର ତ୍ବରିତ ଶୁଣାଣି ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ ସୁଦ୍ଧା ଆସନ୍ତାକାଲି ଏହି ମାମଲାକୁ ଶୁଣାଣି ସୂଚୀରେ ମଧ୍ୟ ରଖାଯାଇନି ।
ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ତରଫରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ କପିଲ୍ ସିବଲ୍ ଜୁନ୍ ୨୭ରେ କହିଥିଲେ ଯେ, ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୩୯ଜଣ ବିଧାୟକଙ୍କ ଅଯୋଗ୍ୟତା ସଂକ୍ରାନ୍ତ ମାମଲାର ଶୁଣାଣି ଜୁଲାଇ ୧୧ରେ ହେବ। କିନ୍ତୁ, ସୁପ୍ରିମ୍ କୋର୍ଟ ଆଜି କହିଛନ୍ତି ଯେ, ମାମଲାରେ ଜଡ଼ିତ ଥିବା ସବୁ ପକ୍ଷଙ୍କ କଥା ଶୁଣିବା ପରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ।
ମାମଲାର ନିଷ୍ପତ୍ତି ନିମନ୍ତେ ନୂତନ ଖଣ୍ଡପୀଠ ଗଠନ କରା ନ ଯିବା ପର୍ଯ୍ୟନ୍ତ ବିଧାୟକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କିଂବା ଶୁଣାଣି କରାଯାଇ ପାରିବ ନାହିଁ ବୋଲି ବାଚସ୍ପତିଙ୍କୁ ଜଣାଇ ଦେବା ଲାଗି ମଧ୍ୟ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।
ଏହି ମାମଲାରେ ରାଜ୍ୟପାଳଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ସୁପ୍ରିମ୍ କୋର୍ଟଙ୍କୁ ଭରସା ଦେଇ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ବାଚସ୍ପତିଙ୍କୁ ଅବଗତ କରାଇ ଦେବେ।
ସୂଚନାଯୋଗ୍ୟ, ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ଅନ୍ୟୂନ ୪ଟି ପିଟିସନ୍ ଏବେ ସୁପ୍ରିମ୍ କୋର୍ଟରେ ବିଚାର ପାଇଁ ପଡ଼ିରହିଛି।