୯୪ବର୍ଷ ବୟସରେ ଜିତିଲେ ୱାର୍ଲଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପ

ନୂଆଦିଲ୍ଲୀ (ସଂକେତ ଟିଭି): କୁହାଯାଏ ଇଚ୍ଛା ଥିଲେ ସବୁ ସମ୍ଭବୟ ଆଉ ଏହି ଉକ୍ତକୁ ସତ ପ୍ରମାଣିତ କରିଛନ୍ତି ଭାରତର ଜଣେ ବୃଦ୍ଧା । ଭାରତର ୯୪ ବର୍ଷୀୟ ଭଗୱାନୀ ଦେବୀ ଡାଗର ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ୱାର୍ଲଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଏବଂ କାଂସ୍ୟ ପଦକ ହାସଲ କରିଛନ୍ତି । ୯୪ ବର୍ଷରେ ଭଗୱାନୀ ଏହି ଉପଲବ୍ଧ ହାସଲ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଏହାସହ ବୟସ କେବଳ ଏକ ସଂଖ୍ୟା ବୋଲି ସେ ପ୍ରମାଣିତ କରିଛନ୍ତି ।
ଯଦି କୌଣସି ବ୍ୟକ୍ତି ନିକଟରେ କିଛି କରିବାର ଇଚ୍ଛା ଶକ୍ତି ଅଛି ତେବେ ସେ ସେଥିରେ ନିଶ୍ଚିତ ସଫଳ ହେବ ।

ହରିୟାଣାର ଭଗୱାନୀ ଦେବୀ ୧୦୦ ମିଟର ସ୍ପ୍ରିଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କୁ ଚକିତ କରିବା ସହ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଭଗୱାନୀ ଦେବୀ ଫିନଲାଣ୍ଡର ଟାମ୍ପରେ ୧୦୦ ମିଟର ସ୍ପ୍ରିଣ୍ଟକୁ ମାତ୍ର ୨୪.୭୪ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ଏହାସହ ସେ ସଟ୍ ଫୁଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ଖେଳ ମନ୍ତ୍ରଣାଳୟ ତାଙ୍କର ଏହି ସଫଳତାରେ ଶୁଭେଚ୍ଛା ଜଣାଇଛି । ମନ୍ତ୍ରଣାଳୟ ତାଙ୍କ ଫଟୋ ସହ ଶୁଭେଚ୍ଛା ବାର୍ତ୍ତା ଲେଖିଛି ।