ଜୁଲାଇ ୧୫ରୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ (ସଂକେତ ଟିଭି): ଜୁଲାଇ ୧୫ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। କରୋନାର ବଢୁଥିବା ମାମଲା ମଧ୍ୟରେ କେନ୍ଦ୍ର ସରକାର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସ୍କର ଲୋକଙ୍କୁ ଏହି ସୁବିଧା ସରକାରୀ ଟିକାକରଣ କେନ୍ଦ୍ରରେ ମିଳି ପାରିବ। ଜୁଲାଇ ୧୫ରୁ ମାଗଣାରେ ବୁଷ୍ଟର ଡୋଜ ସଭିଙ୍କୁ ମିଳିବ। ୭୫ ଦିନ ଯାଏଁ ଏହି ଅଭିଯାନ ଚାଲିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏହି ସୂଚନା ଦେଇଛନ୍ତି। ସରକାରୀ ଅଧିକାରୀ କହିଛନ୍ତି, ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ଦିନ ଯାଏଁ ଏହି ବିଶେଷ ଅଭିଯାନ ଚଲାଯିବ। ଅଦ୍ୟାବଧି ୧୮ରୁ ୫୯ ବର୍ଷ ଆୟୁର ୭୭ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଏକ ପ୍ରତିଶତ ବୁଷ୍ଟର ଡୋଜ୍ ନେଇଛନ୍ତି।