ଶ୍ରୀଲଙ୍କାରେ ପୁଣି ଲାଗୁ ହେଲା ଜରୁରୀ ପରିସ୍ଥିତି

କଲମ୍ବୋ (ସଂକେତ ଟିଭି): ଶ୍ରୀଲଙ୍କା ପରିସ୍ଥିତି ଅଣାୟତ୍ତ ହୋଇଛି । ଚାରିଆଡେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ରଖିଛନ୍ତି । ତେବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଣି ଥରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଛି । ଆଜି ପୁନର୍ବାର ଅଶାନ୍ତ ଦେଶରେ ଜରୁରୀ ପରିସ୍ଥିତ ଘୋଷଣା କରାଯାଇଛି । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଜୀବନ ରକ୍ଷା ଭୟରେ ଦେଶ ଛାଡି ପଳାୟନ କରିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଆଜି ଶହ ଶହ ବିକ୍ଷୋଭକାରୀ କଲୋମ୍ବୋ ସ୍ଥିତ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି । ଏହାସତ୍ତ୍ବେ ମଧ୍ୟ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।