୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ

ସମ୍ବଲପୁର (ସଂକେତ ଟିଭି): କ୍ରାଇମବ୍ରାଞ୍ଚ ଏସଟିଏଫ ସମ୍ବଲପୁରରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖିଛି । ଏହି ନକଲି ନୋଟ ଯୁଯୁମୁରା ବ୍ଲକ ଛାମୁଣ୍ଡା ପଂଚାୟତ ଅଢାପଡାରେ ଛପା ହେଉଥିଲା ।

ଜାଲ ନୋଟ୍ ଛପା ଯାଉଥିବା ଖବର ପାଇ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଜାଲ୍ ନୋଟ ସାଙ୍ଗକୁ ପ୍ରିଣ୍ଟର ଜବତ କରିଛି ଏସପଟିଏଫ୍ । ଏକ ଜନସେବା କେନ୍ଦ୍ରରେ ଏହି ଜାଲ୍ ନୋଟ୍ ସବୁ ଛପା ଯାଉଥିଲା । ତେବେ ଏହି ଘଟଣାରେ ଦେବଗଡ ଲିଙ୍କ ଥିବାରୁ ଦେବଗଡ ଯାଇ ଛାନଭିନ୍ ଆରମ୍ଭ କରିଛି ଏସଟିଏଫ୍ ।