ଦ୍ବାରଶୁଣୀ ଘାଟୀର ରାସ୍ତା ସଂପ୍ରସାରଣ ଦାବିରେ ରାସ୍ତାରୋକ

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଦ୍ବାରଶୁଣୀ ଘାଟୀର ରାସ୍ତା ସଂପ୍ରସାରଣ ଦାବିରେ ଭଞ୍ଜସେନା ପକ୍ଷରୁ ଆଜି ୪୯ନଂ ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଥିଲା। ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ଶତାଧିକ ଲୋକଙ୍କ ଜୀବନ ଗଲାଣି। ବହୁ ପ୍ରତିଶ୍ରୁତି ପରେ ବି ସରକାରୀ ସ୍ତରରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେପଟେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ରହିବା କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ ଓ ସରକାର ତୁରନ୍ତ ଘାଟୀ ରାସ୍ତା କାର୍ଯ୍ୟ ଆରମ୍ଭ ନକଲେ ଆଗକୁ ଅନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଭଞ୍ଜସେନା ଚେତାବନୀ ଦେଇଛି ।