ମାଳଦ୍ବୀପରେ ବିରୋଧ ହେବା ପରେ ସିଙ୍ଗାପୁର ପଳାଇଲେ ରାଜପାକସେ

କଲମ୍ବୋ (ସଂକେତ ଟିଭି): ରାଷ୍ଟ୍ରପତି ଗୋଟାବାୟା ରାଜପାକସା ଆଜି ମାଲଦ୍ବୀପରୁ ସିଙ୍ଗାପୁରରେ ପହଞ୍ଚିଛନ୍ତି । ସେ ଆଜି ସଂନ୍ଧ୍ୟାରେ ସ୍ବତନ୍ତ୍ର ବିମାନ ଯୋଗେ ସିଙ୍ଗାପୁରରେ ପହଞ୍ଚିଛନ୍ତି । ବିମାନ ଶ୍ରୀଲଙ୍କାରେ ତୀବ୍ର ବିରୋଧ ପରେ ସେ ମାଲଦ୍ୱୀପରେ ପହଞ୍ଚିଥିଲେ । ଆଜି ପୂର୍ବାହ୍ନରେ ସେ ଏକ ଘରୋଇ ବିମାନରେ ସିଙ୍ଗାପୁର ଯାଇଥିଲେ । ଶ୍ରୀଲଙ୍କାରୁ ପଳାୟନ ପରେ ସେ ମାଳଦ୍ବୀପରେ ଥିବା ସ୍ପଷ୍ଟ ହେବା ପରେ ସେଠାରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା ।

ଶ୍ରୀଲଙ୍କାରେ ପ୍ରବଳ ଚାପ ପରେ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ କିଛି ଅନୁଗତ ପ୍ରଥମେ ଶ୍ରୀଲଙ୍କା ସେନାର ଏକ ବିମାନରେ ସେ ମାଳଦ୍ବୀପ ପଳାଇଥିଲେ । ତେବେ ସେଠାରେ ମଧ୍ୟ ବେଶି ଦିନ ତିଷ୍ଠିବା ରାଜପାକସେଙ୍କ ପାଇଁ ସମ୍ଭବପର ହୋଇନାହିଁ । ଶ୍ରୀଲଙ୍କାରେ ବର୍ତ୍ତମାନ ରନିଲ ବିକ୍ରମସିଙ୍ଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ରହିଛନ୍ତି ।