ଗିରଫ ଆତଙ୍କବାଦୀଙ୍କ ଖୁଲାସା, ୨୦୪୭ ସୁଦ୍ଧା ଭାରତ ହୋଇଯିବ ଇସଲାମିକ ରାଷ୍ଟ୍ର

ପାଟନା (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଟାର୍ଗେଟ୍ ’ କରିବା ପାଇଁ ଯୋଜନା କରୁଥିବା ଦୁଇ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ପାଟନାରୁ ବିହାର ପୋଲିସ ଗିରଫ କରିଛି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ( ପିଏଫଆଇ) ସଂଗଠନ ସହ ଏମାନଙ୍କ ସଂପୃକ୍ତି ରହିଛି ।

ଏହି ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍ ’ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ବିହାର ପୋଲିସ ଜାଣିଥିବା କହିଛି। ଗିରଫ ବ୍ୟକ୍ତିଦ୍ବୟ ହେଉଛନ୍ତି ଅଥାର୍ ପରବେଜ୍ ଏବଂ ମହମ୍ମଦ୍ ଜଲାଲୁଦ୍ଦୀନ୍।

ପ୍ରଧାନମନ୍ତ୍ରୀଙ୍କ ପାଟନା ଗସ୍ତର ୧୫ ଦିନ ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଫୁଲ୍ ୱାରି ଶରିଫ୍ ରେ ତାଲିମ୍ ନେଉଥିଲେ। ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ ସି ନୟା ତୋଲା ଅଞ୍ଚଳରେ ଚଢ଼ାଉ କରି ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ତଦନ୍ତ ପରେ ପୋଲିସ ଜାଣି ପାରିଛି ଯେ, ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନା ପାଇଁ ତାଲିମ ନେବା ଲାଗି ସେଠାକୁ ଆସୁଥିବା ଅଧିକାଂଶ ଯୁବକ ହେଉଛନ୍ତି କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲ୍ ନାଡୁର । ଗିରଫଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡର ଅବସରପ୍ରାପ୍ତ ଦାରୋଗା ଥିବା ଜଣାପଡିଛି।