ଫ୍ୟାନରେ ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ, ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର (ସଂକେତ ଟିଭି):ଭୁବନେଶ୍ୱର ୧୫।୦୭ : ଭୁବନେଶ୍ବର ସହରର ଲକ୍ଷ୍ମୀସାଗର ଅଞ୍ଚଳରେ ଫେନରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ । ହେଲେ ଶୁକ୍ରବାର ଦିନ ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ କୌଣସି କାରଣରୁ ଓଢ଼ଣୀ ଲଗାଇ ସ୍ୱାମୀ ସ୍ତ୍ରୀ ଝୁଲି ପଡ଼ିଥିଲେ। ଏହାଦେଖି ନିକଟରେ ଥିବା ଲୋକେ ତୁରନ୍ତ, ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ଲକ୍ଷ୍ନୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି କାହିଁକି ନେଲେ , ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ତେବେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଲାଗି ସ୍ୱାମୀ-ସ୍ତ୍ରୀ ଏପରି କରିଥିବା ସନ୍ଦେହ କରାଯାଉଛି ।