କୋଲକାତା ଢାଞ୍ଚାରେ ଭୁବନେଶ୍ବରରେ ହେବ ସାଇନ୍ସ ସିଟି

ଭୁବନେଶ୍ୱର (ସଂକେତ ଟିଭି): କୋଲକାତା ଢାଞ୍ଚାରେ ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କଲିକତାରେ ଥିବା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଭୁବନେଶ୍ୱରରେ ସାଇନ୍ସ ସିଟି ଖୋଲିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଜ୍ଞାନ ଆହୁରି ବୃଦ୍ଧି ପାଇବ। କେବଳ ଏତିକି ନୁହେଁ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ତଥ୍ୟ ଓ ତ୍ରୁଟିକୁ ସୁଧାରିବାରେ ସାଇନ୍ସ ସିଟି ସହାୟକ ହୋଇପାରିବ।

ସେଇଭଳି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନିଟୋରିୟମ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ । ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟୋ ସ୍ପିୟାର ମ୍ୟୁଜିୟମ ହେବ ବୋଲି ଶ୍ରୀ ପଣ୍ଡା ବିଧାନସଭାରେ ଉତ୍ତର ରଖି କହିଛନ୍ତି ।