କୋଭିଡ ପାଇଁ ଥେମାସିସ୍ର ‘ଭିରାଲେକ୍ସ’ ଟାବଲେଟ୍
ନୂଆଦିଲ୍ଲୀ (ସଂକେତ ଟିଭି):କାଭିଡ୍ ମହାମାରୀର ଚତୁର୍ଥ ଲହର ପରେ ବର୍ଷା ଋତୁରେ ଭାଇରାଲ ସଂକ୍ରମଣର ଆଶଙ୍କା ବଢ଼ିଯାଇଥିବା ବେଳେ ଥେମାସିସ୍ ମେଡିକେୟାର ପକ୍ଷରୁ ଅଳ୍ପରୁ ମଧ୍ୟମ ଧରଣର କୋଭିଡ୍ ଓ ଅନ୍ୟାନ୍ୟ ସଂକ୍ରାମକ ନିଶ୍ୱାସପ୍ରଶ୍ୱାସ ଜନିତ ସଂକ୍ରମଣ ପାଇଁ ପ୍ରଭାବଶାଳୀ ଓ ସୁରକ୍ଷିତ ଔଷଧ ଭିରାଲେକ୍ସକୁ ଉନ୍ମୋଚନ କରାଯାଇଛି ।
ବର୍ଷା ଋତୁରେ ନିଶ୍ୱାସପ୍ରଶ୍ୱାସ ଜନିତ ସଂକ୍ରମଣ ବହୁତ ବଢ଼ିଯାଏ ଯେଉଁଥି ପାଇଁ ଡାକ୍ତରଙ୍କ ପାଖରେ ବହୁ ସଂଖ୍ୟକ ରୋଗୀ ଜମା ହୋଇଥାନ୍ତି । ଏବେବିକୋଭିଡ୍ ମହାମାରୀର ଚତୁର୍ଥ ଲହରର ଆଶଙ୍କା ରହିଥିବାରୁ ଅଳ୍ପରୁ ମଧ୍ୟମଧରଣର ସଂକ୍ରମଣ ମଧ୍ୟ ଦେଖାଦେଉଛି । ଏଭଳି ସଂକ୍ରାମକ ସଂକ୍ରମଣର ଆଗୁଆ ଚିକିତ୍ସା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଅନେକସମୟରେ ପରୀକ୍ଷା ରିପୋର୍ଟ ବିଳମ୍ବିତ ହୋଇଥାଏ ।
ସେଭଳି ମାମଲାରେ ଭିରାଲେକ୍ସ-ଇନୋସାଇନ ପ୍ରାନୋବେକ୍ସ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହେବ ଓ ଏହାକୁ ପାଟିରେ ଗ୍ରହଣ କରାଯାଇପାରିବ । ଭିରାଲେକ୍ସ ଇନୋସାଇନ ପ୍ରାନୋବେକ୍ସ ହେଉଛି କୋଭିଡ୍-୧୯ ଚିକିତ୍ସାର ଏକ ନୂଆ ବିକଳ୍ପ ଓ ଏହା ନୂତନ ଭାରିଆଣ୍ଟ ପାଇଁ ମଧ୍ୟ ପ୍ରଭାବଶାଳୀ । ଭିରାଲେକ୍ସର ଲାଭ ହେଉଛି ଏହା କେବଳ କୋଭିଡ୍ ନୁହେଁ ଅନ୍ୟାନ୍ୟ ଥଣ୍ଡାଜନିତ ସଂକ୍ରମଣ ପାଇଁ ଉପାଦେୟ। ଭାରତରେ ଏହାକୁ ସ୍ୱର୍ଣ୍ଣ ମାନର ପରୀକ୍ଷଣ କରି ଏହାର ପ୍ରଭାବକୁ ନିଶ୍ଚିତ କରାଯାଇଛି ।
କୋଭିଡ୍ ୧୯ର ଡେଲ୍ଟାଲହର ସମୟରେ ଏହାର ପରୀକ୍ଷଣ କରାଯାଇଥିଲା । ଥଣ୍ଡା ଜ୍ୱର, ଅନ୍ୟାନ୍ୟ ନିଶ୍ୱାସ ପ୍ରଶ୍ୱାସ ଜନିତ ସଂକ୍ରମଣ, ଓ ଆହୁରି ବହୁ ପ୍ରକାର ରୋଗର ଚିକିତ୍ସା ପାଇଁ ଭିରାଲେକ୍ସ-ଇନୋସାଇନ୍ ପ୍ରାନୋବେକ୍ସକୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଉଛି । ବିଶ୍ୱରବିଭିନ୍ନ ସ୍ଥାନରେ ସଂକ୍ରାମକ ରୋଗର ଚିକିତ୍ସା ପାଇଁ ଏହାକୁ ପ୍ରଭାବୀ ଢ଼ଙ୍ଗରେ ବ୍ୟବହାର କରାଯାଇପାରିଛି ।
ବ୍ରିମିଙ୍ଗହାମ୍ ବିଶ୍ୱବିଦ୍ୟାଳୟ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକଅଧ୍ୟୟନରୁ ଜଣାପଡ଼ିଛି ଯେ ଆଇନୋସାଇନ ପ୍ରାନୋବେକ୍ସ ଏନ୍କେ ସେଲ୍କୁ ଦୃଢ଼ କରେ ଯାହା ସଂକ୍ରମକ ରୋଗର ପ୍ରଥମ ସୁରକ୍ଷା କବଚ। ଏହାମେଟାବୋଲିକ୍କୁ ମଧ୍ୟ ସକ୍ରିୟ କରିଥାଏ । ଭିରାଲେକ୍ସ ୫୦୦ ଏମ୍ଜି ଟାବଲେଟ୍ ଭାବେ ଉପଲବ୍ଧ ହେଉଛି ଏବଂ କେବଳପଞ୍ଜୀକୃତ ମେଡିକାଲ୍ ପ୍ରାକଫିସନରଙ୍କ ପ୍ରେସ୍କ୍ରିପ୍ସନ୍ରେ ତାହାକୁ ଦିଆଯାଉଛି ।