ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବ ଓଡିଶା କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବ ଓଡିଶା କଂଗ୍ରେସ । ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରେ ଭେଟି ପିସିସ ସଭାପତି ଏହି ସୂଚନା ଦେଇଛନ୍ତି । ଦଳର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦେଶ ଅନୁସାରେ ଓଡିଶା କଂଗ୍ରେସର ସମସ୍ତ ଭୋଟ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଯିବ । ଆସନ୍ତା ସୋମବାର(ଜୁଲାଇ ୧୮) ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।

ରାଷ୍ଟ୍ରପତି ନିର୍ବାଚନରେ ଓଡିଶା କଂଗ୍ରେସ କେଉଁ ପ୍ରାର୍ଥୀକୁ ସମର୍ଥନ କରିବ ସେନେଇ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ବୈଠକ ଡାକିଥିଲେ । ଯଶବନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ ଦେବା ପାଇଁ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୁର କହିଛନ୍ତି । ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂହ ସାଲୁଜାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଲାଗି କଂଗ୍ରେସ ଏଜେଣ୍ଟ ନିଯୁକ୍ତ କରିଛି ।