୮୦-୯୦ ପୁରା ୧୦୦: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ (ସଂକେତ ଟିଭି): ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ସେ କଟାକ୍ଷ କରି ଫେସବୁକ୍ ରେ ଏକ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରୁ ଜାଗନ୍ତୁ ଏବଂ ଆର୍ଥିକ ନୀତିରେ ସଂସ୍କାର ଆଣନ୍ତୁ। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଆମେରିକାର ମୁଦ୍ରା ତୁଳନାରେ ଶୁକ୍ରବାର ଭାରତୀୟ ଟଙ୍କା ୧୭ ପଇସା ବୃଦ୍ଧି ହୋଇ ୭୯.୮୨ ଟଙ୍କାରେ ପହଞ୍ଚିଛି।
ସରକାରଙ୍କ ନିଦ ନ ଭାଙ୍ଗିଲେ ଅର୍ଥବ୍ୟବସ୍ଥା ଭୂଷୁଡିପଡିବ ବୋଲି ସେ କହିଛନ୍ତି। ନଚେତ ସରକାରଙ୍କ ଅପାରଗତାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ସତର୍କ କରିଛନ୍ତି।

ଇତିହାସରେ ପ୍ରଥମ ଥର ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବୁଠୁ ଦୁର୍ବଳ ସ୍ଥିତିକୁ ପହଞ୍ଚିଛି। ଗୋଟିଏ ଡଲାର ଏବେ ୮୦ ଟଙ୍କାକୁ ପହଞ୍ଚିବା ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ରାହୁଲ ଗାନ୍ଧି କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦି ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ଲମ୍ବା ଚୌଡା ଭାଷଣବାଜୀ କରୁଥିଲେ। ମଜଭୁତ ଟଙ୍କା ପାଇଁ ଜଣେ ମଜଭୁତ ପ୍ରଧାନମନ୍ତ୍ରୀ ଦରକାର ବୋଲି କହୁଥିଲେ। ଏବେ ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତାକୁ ସ୍ୱୀକାର କରିବେ କି ବୋଲି ରାହୁଲ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ରାହୁଲ ଗାନ୍ଧୀ ଏକ ଫେସବୁକ ପୋଷ୍ଟରେ କହିଛନ୍ତି, ୮୦-୯୦ ପୂରା ଶହେ? ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଟଙ୍କାକୁ ନେଇ ଲମ୍ବା ଭାଷଣ ଦେଉଥିଲେ। ପ୍ରଥମ ଥର ପାଇଁ ଟଙ୍କା ଆମେରିକା ଡଲାର ତୁଳନାରେ ୮୦ ଅତିକ୍ରମ କରିଛି। ଟଙ୍କା ଦୁର୍ବଳ ସ୍ଥିତିରେ ପହଞ୍ଚିଥିବା ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଦେଶର ଲୋକଙ୍କୁ ଟଙ୍କା ମୂଲ୍ୟର ଖରାପ ଅବସ୍ଥା ଏବଂ ଦିଗହୀନ ସରକାରଙ୍କ ଶୋଷଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।