ଭଜନ-କୀର୍ତ୍ତନରେ ସାମିଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ (ସଂକେତ ଟିଭି): ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲିଙ୍କ ପଡିଆରେ ନିଜର ଦମଦାର ଫର୍ମ ଦେଖାଇ ପାରି ନାହାନ୍ତି। ବର୍ତ୍ତମାନ ବିରାଟ କୋହଲିଙ୍କର ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଏହି ଟୁରର ଶେଷ ମ୍ୟାଚ୍‌ରେ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରୁ ଏହା ଦେଖିବାକୁ ମିଳେ ଯେ କୋହଲି ବର୍ତ୍ତମାନ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭଜନ-କିର୍ତ୍ତନରେ ପହଞ୍ଚିଛନ୍ତି।

ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । କୋହଲି ଓ ଅନୁଷ୍କାଙ୍କର ସୋସିଆଲ ମିଡିଆରେ କିଛି ଚିତ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲଣ୍ଡନର କୃଷ୍ଣ ଦାସ କିର୍ତ୍ତନରେ ଯୋଗ ଦେଇଛନ୍ତି। ଏହି କୀର୍ତ୍ତନର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।