ଗୋଆର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍ ଆଲଭା ହେଲେ ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ (ସଂକେତ ଟିଭି): ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଗାରେଟ୍ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ରବିବାର ଏହାର ଘୋଷଣା କରିଛନ୍ତି। ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ।

ଗତକାଲି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଜଗଦୀପ ଧନଖରଙ୍କ ନାମ ଘୋଷଣା କରାଯାଇଥିଲା । ଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଜଗଦୀପ ଧନଖର ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ । ଜେପି ନଡ୍ଡା କହିଛନ୍ତି ଯେ ଜଗଦୀପ ଧନଖର ଜଣେ କୃଷକର ପୁଅ, ଯିଏ ନିଜକୁ ଲୋକମାନଙ୍କର ରାଜ୍ୟପାଳ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଜଗଦୀପ ଧନଖର ତିନି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ଅଛନ୍ତି । ୧୯୮୯ ଲୋକସଭା ନିର୍ବାଚନରେ ​​ଜୁଞ୍ଜୁନୁରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପରେ ସେ ୧୯୯୦ ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୩ ରେ ସେ ଅଜମେର ଜିଲ୍ଲାର କିଶାନଗଡ ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଜୁଲାଇ ୨୦୧୯ ରେ, ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ସେ କଠିନ ପରିଶ୍ରମ କରିଥିଲେ ଓ ଜନ କଲ୍ୟାଣ ପ୍ରସଙ୍ଗ ଉପରେ ଆଲୋକପାତ କରି ପିପୁଲ୍ସ ଗଭର୍ଣ୍ଣର ଭାବରେ ପରିଚିତ ହୋଇଥିଲେ । କହିରଖୁଛୁ ଯେ ୨୦୧୭ ରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କୁ ଚୟନ କରିବା ପରେ ବିଜେପି ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଏମ ଭେଙ୍କୟା ନାଇଡୁଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଥିଲା ।