ଗୋମୂତ୍ର କିଣିବେ ଛତିଶଗଡ ସରକାର, ଲିଟର ପିଛା ମୂଲ୍ୟ ହେବ ୪ ଟଙ୍କା

ରାୟପୁର (ସଂକେତ ଟିଭି): ଛତିଶଗଡର ଭୁପେଶ ବଘେଲ ସରକାର ଏବେ ଗୋମୂତ୍ର କିଣିବା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସରକାର ଲିଟର ପିଛା ଅତି କମରେ ୪ ଟଙ୍କା ଧାର୍ଯ୍ୟ କରିଛନ୍ତି ।

ଏହା ବ୍ୟତୀତ ଗୋଠାନ ପରିଚାଳନା କମିଟି ସ୍ଥାନୀୟ ସ୍ତରରେ ଗୋମୂତ୍ର କ୍ରୟ ଦର ମଧ୍ୟ ସ୍ଥିର କରିପାରିବ । ଏହି ଯୋଜନା ଜୁଲାଇ ୨୮ରୁ ହରେଲି ତିହାର ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନୋନୀତ ସ୍ୱୟଂ ସହାୟକ ଗଠାନରେ ଗୋମୂତ୍ର କ୍ରୟ କରାଯିବ ।

ବାସ୍ତବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଗୋମୂତ୍ର କିଣିବାକୁ ଘୋଷଣା କରିଥିଲେ । ଏହା ପରେ କୃଷି ବିଭାଗ କାମଧେନୁ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟରୁ ଗୋମୂତ୍ରର ଭେଲ୍ୟୁ ଏଡିଶନ ଉପରେ ଏକ ଅଧ୍ୟୟନ କରାଇଥିଲା । ଏହା ପରେ ଏହା ପର୍ଯ୍ୟାୟକ୍ରମେ ଆରମ୍ଭ ହେଉଛି । ଏହି ଯୋଜନା ମାଧ୍ୟମରେ ସରକାର ଗୋ ପାଳନ ସହ ଜଡିତ ଲୋକଙ୍କ ପାଇଁ ଆୟର ଉତ୍ସ ବୃଦ୍ଧି କରିବାକୁ ଓ ଜୈବ ଚାଷକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । ଏଥି ସହିତ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଏହା ଆଗକୁ ବଢ଼ୁଛି

ଏହା ପୂର୍ବରୁ ଛତିଶଗଡ ସରକାର ଦେଶରେ ପ୍ରଥମ ଗୋବର କ୍ରୟ କରୁଥିବା ସରକାର ଭାବରେ ଜଣାଶୁଣା । ଏହି ସରକାର ୨ ଟଙ୍କା ପ୍ରତି କିଲୋଗ୍ରାମ ଗୋବର କିଣୁଛନ୍ତି ।