ଟି୨୦ ବିଶ୍ୱକପ୍ ତାଲିକା ଚୂଡାନ୍ତ

ନୂଆଦିଲ୍ଲୀ (ସଂକେତ ଟିଭି): ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ହେବାକୁ ଯାଉଛି । ଆୟରଲାଣ୍ଡ, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ସହିତ ଜିମ୍ବାୱେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୨୨ର ପ୍ରଥମ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗ୍ରୁପ ବିରେ ଅନ୍ତିମ ସ୍ଥାନ ହାସଲ କରିଥିବା ଜିମ୍ବାୱେ ନେଦରଲାଣ୍ଡକୁ ହରାଇ ଯୋଗ୍ୟତା ଅର୍ଜନ କରିଛି । ପ୍ରଥମ ଥର ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ହେବାକୁ ଯାଉଛି । ଅକ୍ଟୋବର ୧୬ରୁ ନଭେମ୍ବର ୧୩ ମଧ୍ୟରେ ସାତ ସହରରେ ଏହାର ଆୟୋଜନ ହେବ । ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍ ‌ ଷ୍ଟେଜର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ସାରିଛି ।

ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପାଇଁ ନେଦରଲାଣ୍ଡ ମଧ୍ୟ ଯୋଗ୍ୟତ ଅର୍ଜନ କରିଛି । ଗ୍ରୁ ଏରେ ନାମିବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡକୁ ସ୍ଥାନ ମିଳିଥିବା ବେଳେ ଗ୍ରୁପ ବିରେ ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଗ୍ରୁପ ୧ରେ ଗ୍ରୁପ୍ ୨ରେ ଭାରତ ସହ ୬ ଦଳ ଗ୍ରୁପ ଏ ଓ ବି’ରୁ ସୁପର ୧୨କୁ ଯିବେ ୪ ଦଳ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବ୍ୟତୀତ ଗ୍ରୁଏର ବିଜେତା ଏବଂ ଗ୍ରୁ ଏର ଉପବିଜେତାଙ୍କୁ ସ୍ଥାନ ମିଳିଛି ।

ସେହିପରି ଗ୍ରୁପ୍ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଗ୍ରୁ ଏର ଉପ ବିଜେତାଦଳ ଏବଂ ଗ୍ରୁ ବିର ଉପବିଜେତା ସାମିଲ୍ । ଏହି ପରି ପ୍ରଥମ ପର୍ଯ୍ୟାୟରେ ୮ଟି ଦଳ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦଳ ରହିବେ ଏବଂ ସୁପର ୧୨ ମୁକାବିଲା ଖେଳିବେ ।

ଗ୍ରୁପ୍ ଏ- ନାମ୍ବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡ ।
ଗ୍ରୁପ୍ ବି- ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ
ଗ୍ରୁପ୍ ୧- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଗ୍ରୁ ଏ ବିଜେତା ଏବଂ ଗ୍ରୁପ୍ ବି ଉପବିଜେତା ।
ଗ୍ରୁପ୍ ୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଗ୍ରୁପ- ଏ ଉପ ବିଜେତା ଏବଂ ଗ୍ରୁପ୍ ବି ଉପ ବିଜେତା ।