CulturalFeaturedLatest

୨୦୫୦ ସୁଦ୍ଧା ଚନ୍ଦ୍ର ଏବଂ ମଙ୍ଗଳକୁ ଯିବ ଟ୍ରେନ

ନୂଆଦିଲ୍ଲୀ (ସଂକେତ ଟିଭି): ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ନେଇ ସର୍ବଦା ବିଭିନ୍ନ ପ୍ରକାରର ଗବେଷଣା କରାଯାଉଛି । ଏହି ଗବେଷଣାରେ କିଭଳି ମଣିଷ ସେଠାକୁ ଯିବା ସହିତ ସେଠାରେ ବସବାସ କରିପାରିବ ତାହା ଅର୍ନ୍ତଭୁକ୍ତ । ତେବେ ଏଠାକୁ ଯିବା ପାଇଁ ସର୍ବଦା ରକେଟ ସହ ବିଭିନ୍ନ ମହାକାଶ ଯାନକୁ ବ୍ୟବହାର କରାଯାଇଥାଏ । ହେଲେ ବର୍ତ୍ତମାନ ଟ୍ରେନ ସାହାଯ୍ୟରେ ଚନ୍ଦ୍ର ଓ ମଙ୍ଗଳକୁ ଯାତ୍ରା କରିହେବ । କଥାଟି ବିଶ୍ୱାସ ନ ଲାଗିଲେ ବି ସତ ହେବାକୁ ଯାଉଛି । ଜାପାନରେ ଆରମ୍ଭ ହୋଇଥିବା ଏକ ପ୍ରକଳ୍ପ କାରଣରୁ ଭବିଷ୍ୟତରେ ଏହା ସମ୍ଭବ ହେବାକୁ ଯାଉଛି ।

ଜାପାନର କିଛି ଗବେଷକ ଏକ କାଚଘର ନିର୍ମାଣ କରିବେ ଯେଉଁଥିରେ ମାଧ୍ୟାକର୍ଷଣ ଶକ୍ତି ସହିତ ଜଳବାୟୁ ମଧ୍ୟ ପୃଥିବୀ ଭଳି ରହିବ । ଯେଉଁ କାରଣରୁ ଏହା ଆମକୁ ଘର ଭଳି ପରିବେଶ ଦେବ । ଏହା ଏକ ଟ୍ରେନର ଅଂଶ ହେବ ବୋଲି ଜଣାପଡିଛି । ଜାପାନର କୋଟିଓ ବିଶ୍ୱବିଦ୍ୟାଳୟର ଗବେଷକ ଏବଂ କାଜିମା କଂଷ୍ଟ୍ରକସନ୍‌ ପକ୍ଷରୁ ମିଳିତ ଭାବେ ଏହି ପ୍ରକଳ୍ପରେ କାମ କରାଯାଉଛି । ପ୍ରକଳ୍ପର ନାଁ ଗବେଷକମାନେ ହେକ୍ସାଟ୍ରାକ୍‌ ରଖିଛନ୍ତି, ଯେଉଁଥିରେ ଅଧିକ ଲମ୍ବା ଯାତ୍ରା ସମୟରେ ମାଧ୍ୟାକର୍ଷଣ ଶକ୍ତି ୧ ଜି ରହିବ ।

ସେହିଭଳି ଏହି ଟ୍ରେନରେ ଛଅଟି ବାହୁ ବିଶିଷ୍ଟ ଏକ ହେକ୍ସା କ୍ୟାପସୁଲ ରହିବ, ଯେଉଁଥିରେ ଏକ ମୁଭିଂ ଡିଭାଇସ ମଧ୍ୟ ସଂଶ୍ଲିଷ୍ଟ ରହିଛି । ରିପୋର୍ଟ ଅନୁସାରେ ୧୫ ମିଟର ବ୍ୟାସାର୍ଦ୍ଧର ଏକ କ୍ୟାପସୁଲ ପୃଥିବୀ ଓ ଚନ୍ଦ୍ରକୁ ଯୋଡୁଥିବାବେଳେ ଚନ୍ଦ୍ର ଓ ମଙ୍ଗଳକୁ ୩୦ ମିଟର ବ୍ୟାସାର୍ଦ୍ଧର ଏକ କ୍ୟାପସୁଲ ଯୋଡିବ । ଏହି କ୍ୟାପସୁଲ ଇେଲେକ୍ଟ୍ରୋମ୍ୟାଗେନେଟିକ୍‌ ଟେକ୍ନୋଲୋଜିକୁ ବ୍ୟବହାର କରାଯିବା ନେଇ ଜଣାପଡିଛି । ସେହିଭଳି ଚନ୍ଦ୍ରରେ ଯେଉଁ ଷ୍ଟେସନ ରହିବ ତାହାର ନାଁ ଲୁନାର ଷ୍ଟେସନ ଓ ମଙ୍ଗଳରେ ଯେଉଁ ଷ୍ଟେସନ ତା ନାଁ ମାର୍ସ ଷ୍ଟେସନ ରହିବ ବୋଲି ଗବେଷକମାନ ମତ ଦେଇଛନ୍ତି ।

ଅନ୍ୟପଟେ ପୃଥିବୀରେ ଯେଉଁ ଷ୍ଟେସନଟି ରହିବ ତାର ନାଁ ଟେରା ଷ୍ଟେସନ ରହିବ । ତେବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଅନେକ ସମୟ ଲାଗିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ବୈଜ୍ଞାନିକମାନେ ଏହାକୁ ୨୦୫୦ ସୁଦ୍ଧା ସାରିବାକୁ ଲକ୍ଷ ରଖିଥିବା ଜଣାପଡିଛି । ସେହିଭଳି ଏହି ପ୍ରକଳ୍ପରେ ମହାକାଶଯାନରେ ପୃଥିବୀର ପ୍ରାକୃତିକ ଟଚ୍‌ ଦିଆଯିବବୋଲି ଗବେଷକମାନେ ମତ ଦେଇଛନ୍ତି ।