ବରିଷ୍ଠ ନାଗରିକଙ୍କୁ ରିହାତି ଦେଲେ ରେଳ ବିଭାଗ ଉପରେ ପଡୁଛି ବୋଝ : ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ (ସଂକେତ ଟିଭି): ନୂଆଦିଲ୍ଲୀ:କରୋନା ସମୟ ପୂର୍ବରୁ ୬୦ ବର୍ଷରୁ ଅଧିକ ବ୍ୟକ୍ତି ବା ସିନିଅର ସିଟିଜେନଙ୍କୁ ରେଳ ଟିକଟ ଉପରେ ୫୦% ଛାଡ ବା ରିହତି ମିଳୁଥିଲା । କିନ୍ତୁ କରୋନା ସମୟରେ ଯେତେବେଳେ ରେଳ ଚଳାଚଳ ବନ୍ଦ ହୋଇଗଲା ସେତେବେଳେ ବରିଷ୍ଠ ନାଗରିକ ବା ସିନିୟର ସିଟିଜେନଙ୍କୁ ଦିଆଯାଉ ଥିବା ଛାଡ ବା ରିହାତି ବନ୍ଦ କରି ଦିଆଯାଇଥିଲା ।କିନ୍ତୁ କରୋନା କମିବା ପରେ ଯେତେବେଳେ ପୁନର୍ବାର ରେଳ ଚଳାଚଳ କଲା ବରିଷ୍ଠ ନାଗରିକଙ୍କୁ ଆଉ ରିହାତି ମିଳିଲା ନାହିଁ । ଆଗକୁ ମଧ୍ୟ ସିନିୟର ସିଟିଜେନଙ୍କୁ ରେଳ ଭଡାରେ ଛାଡ ବା ରିହାତି ଦେବା ଉଦ୍ଦେଶ୍ୟ ନାହିଁ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଲିଖିତ ପ୍ରଶ୍ନର ଜବାବ ଦେବାକୁ ଯାଇ କହିଛନ୍ତି, ସିନିୟର ସିଟିଜେନଙ୍କୁ ରେଳ ଟିକଟ ଉପରେ ରିହାତି ଦେବା ଦ୍ୱାରା ରେଳ ବିଭାଗ ଉପରେ ଆର୍ଥିକ ବୋଝ ପଡ଼ୁଛି ଏବଂ ଏହାକୁ ବହନ କରିବା ପାଇଁ କୌଣସି ଯୋଜନା ନାହିଁ । କେବଳ ସେସ୍ପସାଲ କ୍ୟାଟେଗୋରୀ ଲୋକଙ୍କ ରେଳ ଟିକଟରେ ଛାଡ ପୁନର୍ବାର ପ୍ରଚଳନ କରାଯାଇଛି । ଏହି ସ୍ପେସାଲ କ୍ୟାଟେଗୋରୀରେ ୪ ଶ୍ରେଣୀର ଦିବ୍ୟାଙ୍ଗ, ୧୧ କ୍ୟାଟେଗୋରୀର ରୋଗୀ ଏବଂ ଛାତ୍ର ଅନ୍ତର୍ଭୁକ୍ତ । ସିନିୟର ସିଟିଜେନ ଏବଂ ଖେଳାଳୀଙ୍କ ସହିତ ଅନ୍ୟ ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଦିଆଯାଇ ନାହିଁ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୧୭-୧୮ରେ ସିନିଅର ସିଟିଜେନଙ୍କୁ ରିହାତି ଦେବା ଯୋଗୁ ରେଳ ବିଭାଗ ଉପରେ ୧୪୯୧ କୋଟି ଟଙ୍କା, ୨୦୧୮- ୧୯ରେ ୧୬୩୬ କୋଟି ଟଙ୍କା ବୋଝ ପଡିଛି ଏବଂ ୨୦୧୯-୨୦ରେ ୧୬୬୭ କୋଟି ଟଙ୍କାର ବୋଝ ପଡଛି । ରେଳ ବିଭାଗ ପକ୍ଷରୁ ଖେଳାଳି, କିନ୍ନର, ଯୁଦ୍ଧ ସହିତ,ବିଧବା, ସିନିଅର ସିଟିଜେନ ସହିତ ୧୨ ଶ୍ରେଣୀର ଯାତ୍ରୀଙ୍କୁ ରେଳ ଟିକଟ ଉପରେ ରିହାତି ମିଳୁଥିବାଳେ ଏହାକୁ ୩ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ କରାଯାଇଛି । ୨‌୦୨୦ରୁ କୋଭିଡ ସଂକ୍ରମଣ ହେତୁ ସିନିଅର ସିଟିଜେନ ସହିତ ୫୩ ଶ୍ରେଣୀର ଯାତ୍ରୀଙ୍କ ଉପରୁ ଛାଡ ବନ୍ଦ କରିଦିଆ ଯାଇଛି । ୨୦୨୧-୨୨ରେ ରେଳ ବିଭାଗକୁ ୫୦% ପର୍ଯ୍ୟନ୍ତ ଛାଡ ବନ୍ଦ କରିଦେବାରୁ ପ୍ରାୟ ୩୪୦୦ କୋଟି ଟଙ୍କା ଅଧିକ ମିଳିଛି ।