ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି ।ମୁଖ୍ୟମନ୍ତ୍ରୀ ମୁର୍ମୁଙ୍କୁ ଫୋନ୍‌ କରି ରାଷ୍ଟ୍ରପତି ନିର୍ବାଚନରେ ମହାବିଜୟ ପାଇଁ ସମଗ୍ର ଓଡିଶାବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ସଫଳତା ପାଇଁ ଓଡିଶାବାସୀ ଗର୍ବିତ ବୋଲି ନବୀନ କହିଛନ୍ତି ।

ସୂଚନା ଥାଉକି ରାଷ୍ଟ୍ରପତି ଭାବେ ଆସନ୍ତା ଜୁଲାଇ ୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଆଉ ଏହି ଶପଥ ଗ୍ରହଣ ଉତ୍ସବରେ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୨୫ରେ ସେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।