ସରକାରଙ୍କୁ ୬୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ (ସଂକେତ ଟିଭି): ମହାନତା ଦେଖାଇଲେ ଡାକ୍ତର । ସମାଜ ସେବା ପାଇଁ ଖୋଲିଦେଲେ ଭଣ୍ଡାର । ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ବଡ଼ ହୃଦୟ ପରିଚୟ ଦେଇଛନ୍ତି ଡାକ୍ତର । ଜୀବନବ୍ୟାପି ସେବା ସମର୍ପିତ ଏହି ଡାକ୍ତର ଜଣକ ହେଉଛନ୍ତି ଅରବିନ୍ଦ ଗୋୟଲ । ତାଙ୍କ ଘର ଉତ୍ତରପ୍ରଦେଶ ମୋରଦାବାଦରେ । ସେ ତାଙ୍କର ୬୦୦ କୋଟି ଟଙ୍କାର ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦାନ କରିଦେଛଇନ୍ତି । ଗରିବଙ୍କୁ ସାହାଯ୍ୟ ପାଇଁ ସେ ଏହି ସମ୍ପତ୍ତି ଦାନ କରିଦେଇଥିବା କହିଛନ୍ତି ।

ଗୋୟଲ ୫୦ ବର୍ଷ ଧରି ଡାକ୍ତର ଭାବେ କର୍ଯ୍ୟ କରି ଆସୁଛନ୍ତି । ୨୫ ବର୍ଷ ପୂର୍ବେ ସେ ଏମିତି କିଛି ସ୍ୱ ୍ନ ଦେଖିଥିଲେ । ସମାଜର ଗରିବ, ଅବହେଳିତ ଓ ଆର୍ଥିକ ନିଷ୍ପେସିତଙ୍କ ଉନ୍ନତି ପାଇଁ ସେ ଚିନ୍ତା କରିଆସୁଥିଲେ । ତେଣୁ ବଡ଼ ହେଲେ ତାଙ୍କର ସବୁ ସମ୍ପତ୍ତି ସମାଜ ସ୍ୱାର୍ଥ ପାଇଁ ବାଣ୍ଟି ଦେବାକୁ ଇଚ୍ଛା ଥିଲା । ନିଜ ପାଇଁ ନୁହଁ ବରଂ ଅନ୍ୟ ପାଇଁ କିଛି କରିବାର ଯେଉଁ ଅଭିଳାସ ଥିଲା ତାହା ପୂରଣ ହୋଇଥିବା ଗୋୟଲ କହିଛନ୍ତି । ଲକଡାଉନ୍‌ ସମୟରେ ଗୋୟଲ ମୋରଦାବରରେ ୫୦ଟି ଗ୍ରାମରେ ବିଭିତ୍ତ ମାଗଣା ସୁବିଧା ସୁଯୋଗ ଦେଇଆସୁଥିଲେ । ମାଗଣା ଶିକ୍ଷା ବ୍ୟବସ୍ଥା କରିବା
ସହ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ।

ନିଜର ଉଲ୍ଲେଖନୀୟ ସେବା ପାଇଁ ଗୋୟଲ ଦେଶ ମର୍ଯ୍ୟାଦାଜନକ ବ୍ୟକ୍‌ତଙ୍କଠାରୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସେ ୪ ଥର ରାଷ୍ଟ୍ରପତି ପୁରସ୍କାର ଯଥା ରାଷ୍ଟ୍ର ତି ରାମନାଥ କୋବିନ୍ଦ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ଡ. ଏପିଜେ ଅବଦ୍ଦୁଲ କଲାଙ୍କଠାରୁ ସେ ପୁରସ୍କୃତ ହୋଇଛନ୍ତି । ଗୋୟଲଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ରେଣୁ ଗୋୟଲ, ୨ ପୁଅ ଏହଂ ୨ ଝିଅ ଅଛନ୍ତି । ତେବେ ଗୋୟଲ ଦାନ କରିଥିବା ସମ୍ପତ୍ତିର ଆକଳନ ପାଇଁ ୫ଜଣିଆ କମିଟି ଗଠନ କରାଯାଇଛି ।