ଟି୨୦ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ଖେଳିବ ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି): ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାସହ ମେନ୍ ଇନ୍ ବ୍ଲୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଖେଳିବ ।

ଭାରତ-ଅଷ୍ଟ୍ରେଲିଆ ସହ ସେପ୍ଟେମ୍ବର ୨୦,୨୩ ଓ ୨୫ ତାରିଖରେ ମ୍ୟାଚ୍ ଖେଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ ତାରିଖରେ ମୁହାଁମୁହିଁ ହେବ । ଏହି ଦୁଇ ସିରିଜ ସହ ଦଳର ଟି୨୦ ବିଶ୍ୱକପ ପ୍ରସ୍ତୁତି ପୂରଣ ହେବ । ତା ପରେ ଅକ୍ଟୋବର ୬, ୯ ଓ ୧୧ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ ।

ତେବେ ଯେଉଁ ଭାରତୀୟ ଖେଳାଳି ବିଶ୍ୱକପରେ ସାମିଲ ହୋଇଥିବେ ସେମାନେ ଦିନିକିଆ ସିରିଜ୍ ଖେଳିବେ ନାହିଁ । ସେମାନେ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ଟି୨୦ ବିଶ୍ୱକପର ସୁପର ୧୨ ଷ୍ଟେଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଯେଉଁଥିରେ ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ।

ବିସିସିଆଇ ସୂତ୍ର ଅନୁସାରେ, ବିସିସିଆଉ ସମାନ କ୍ଷମତା ବିଶିଷ୍ଟ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରୁଛି । ତେଣୁ ଦିନିତିଆ ସିରିଜ୍ ସେତେବେଳେ ଖେଳାଯିବ ଯେତେବେଳେ ଗୋଟିଏ ଟିମ୍ ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ।