ଦ୍ରୌପଦୀଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗରେ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର (ସଂକେତ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହର ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି ।

ସେପଟେ ବାରବାଟୀ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ମଧ୍ୟ ଆଶଙ୍କା ରହିଛି । ଯଦି ସେପରି ହୁଏ, ତାହାଲେ ସେ ଦଳୀୟ ଫୋରମ୍ ରେ ତାର ଉତ୍ତର ରଖିବେ ।

ସୂଚନାଯୋଗ୍ୟ, ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଥିଲା । କିନ୍ତୁ ବିଧାୟକ ମହମ୍ମଦ ମୋକିମ୍, ଏନ୍ ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତାର ଜବାବରେ ମୋକିମ କହିଥିଲେ କି, ସେ ଓଡ଼ିଆ ହିସାବରେ ନିଜ ବିବେକ ମୁତାବକ କାର୍ଯ୍ୟ କରିଛନ୍ତି ।

ତେବେ କାରଣ ଯଦି ମୋକିମ ୨ ସପ୍ତାହ ଭିତରେ ଏହି କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନ ଦେବେ ହୁଏତ ତାଙ୍କର ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି।