ସୁସ୍ମିତା ସେନଙ୍କୁ ଲଳିତ ମୋଦି ମିଳିଗଲା, ହେଲେ ନରେନ୍ଦ୍ର ମୋଦିଙ୍କୁ କେହି ମିଳୁ ନାହାଁନ୍ତି

ନୂଆଦିଲ୍ଲୀ (ସଂକେତ ଟିଭି): ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା କିନ୍ତୁ ଆମ ମୋଦି ଜୀଙ୍କୁ କେହି ମିଳୁ ନାହାଁନ୍ତି । ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ କଟାକ୍ଷ କରି ଏହା କହିଛନ୍ତି । ସେ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା, ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଳୀତ ମୋଦି, ନିରବ ମୋଦି ଏବଂ ମେହୁଲ ଚୌକସି ମିଳୁନାହାଁନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ସିଏମ ଓ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ଖୁବ ଶୀଘ୍ର ସିବିଆଇ କେନ୍ଦ୍ରର ନିର୍ଦ୍ଦେଶରେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ଯାଉଛି । ଏହି ମାମଲା ଦିଲ୍ଲୀର ଏକ୍ସାଇଜ୍ ଡ୍ୟୁଟି ସହିତ ଜଡିତ, ଯେଉଁଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ଏହି ମାମଲାରେ କେନ୍ଦ୍ରକୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ବାସ୍ତବରେ ଦିଲ୍ଲୀର ଏକ୍ସାଇଜ୍ ଡ୍ୟୁଟିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା କେନ୍ଦ୍ରର ହସ୍ତକ୍ଷେପ ଓ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଯେଉଁଥିରେ ଦିଲ୍ଲୀ ସରକାର ବନାମ କେନ୍ଦ୍ରର ଯୁଦ୍ଧ ତୀବ୍ର ହୋଇଛି । ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଖୁବ ଶୀଘ୍ର ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ଯାଉଛନ୍ତି । କେଜ୍ରିୱାଲ କହିଥିଲେ ଯେ ସିସୋଦିଆ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ କିନ୍ତୁ, ସେମାନେ ଖୋଜୁଛନ୍ତି ଓ କିଛି ନା କିଛି ମିଥ୍ୟା ବାହାର କରି ନିଶ୍ୱାସ ମାରିବେ ।

ଅନ୍ୟପକ୍ଷରେ ଆମ୍ ଆଦମୀ ଦଳର ସାଂସଦ ସଞ୍ଜୟ ସିଂ ମୋଦି ସରକାରଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସୁସ୍ମିତା ସେନ୍ (ଅଭିନେତ୍ରୀ)ଙ୍କୁ ମିଳି ଯାଇଛନ୍ତି ଲଲିତ ମୋଦି । କିନ୍ତୁ ଆମର ମୋଦୀ ଜୀଙ୍କୁ କେହି ମିଳୁ ନାହାଁନ୍ତି ।

କହିରଖୁଛୁ ଯେ ନିକଟରେ ଲଲିତ ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ସୁସ୍ମିତା ସେନଙ୍କ ସହ ଫଟୋ ସେୟାର କରିଛନ୍ତି ଓ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ପ୍ରକୃତରେ, ଲଲିତ ମୋଦି ଆଇପିଏଲ ସହ ଜଡିତ ଟେଣ୍ଡର ଓ ନିଲାମରେ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି । ବିସିସିଆଇ ତାଙ୍କୁ ବୋର୍ଡରୁ ବାହାର କରିଦେଇଛି । ଇଡି ଏହି ମାମଲାର ଯାଞ୍ଚ କରୁଛି ଓ ଲଲିତ ମୋଦି ଭାରତରୁ ପଳାୟନ କରିଛନ୍ତି । ଭାରତ ସରକାର ଲଲିତ ମୋଦିଙ୍କୁ ମଧ୍ୟ ପଳାତକ ଘୋଷଣା କରି ସାରିଛନ୍ତି ।