ଅର୍ପିତାଙ୍କ ଘରୁ ମିଳିଲା ନଗଦ ୨୦ କୋଟି, ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି

କୋଲକାତା (ସଂକେତ ଟିଭି): ପଶ୍ଚିମବଙ୍ଗ ଶିକ୍ଷା ଦୁର୍ନୀତିର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦେଶାଳୟ ‘ତୃଣମୂଳ କଂଗ୍ରେସ’ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଘନିଷ୍ଠ ସହକାରୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ୍‌ କରିଛନ୍ତି । ସେପଟେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦୁର୍ନୀତି ଅଭିଯୁକ୍ତ ପାର୍ଥଙ୍କ ଘରେ ତଦନ୍ତକାରୀ ସଂସ୍ଥା ରେଡ୍ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି ।

ତେବେ ସକାଳେ ପାର୍ଥ ସ୍ୱାସ୍ଥ୍ୟ ଖରାପ ଥିବା କହିଥିଲେ ।ଏହାପରେ ଡାକ୍ତରଙ୍କ ଟିମ୍ ପାର୍ଥଙ୍କ ବାସଭବନରେ ପହଁଚିଥିଲା । ପାର୍ଥଙ୍କୁ ଗିରଫ କରାଯାଇ ମେଡିକାଲ ନିଆଯାଇଛି । ସେଠାରୁ ତାଙ୍କୁ କୋଲକାତାର ସିଜିଓ କମ୍ପ୍ଲେକ୍ସ ନିଆଯିବ ।

ଅର୍ପିତା ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଓ ସେ ବଙ୍ଗଳା, ଓଡ଼ିଆ ଏବଂ ତାମିଲ୍‌ ସିନେମାରେ ଅଭିନୟ କରିଛନ୍ତି ବୋଲି ତାଙ୍କ ‌‘ଫେସ୍‌ବୁକ୍‌ ବାୟୋ’ରେ ଉଲ୍ଲେଖ ଅଛି। ୨୦୦୯ରେ ସେ ବଙ୍ଗୀୟ ସିନେମାର ସୁପର୍‌ଷ୍ଟାର୍‌‌ ପ୍ରସେନ୍‌ଜିତ୍‌ ଚାଟାର୍ଜୀଙ୍କ ବିପକ୍ଷରେ ‘ମାମା ଭାଗ୍‌ନେ୍‌’ ଏବଂ ୨୦୦୮ରେ ‘ପାର୍ଟନର୍‌’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ‘ବନ୍ଦେ ଉତ୍କଳ ଜନନୀ’, ‘ତୋର ମୋର ଯୋଡ଼ି ସୁନ୍ଦର’, ‘ରାଜୁ ଆୱାରା’ ଏବଂ ‘ପ୍ରେମରୋଗୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅର୍ପିତା ଚାଟାର୍ଜୀ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।