ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ବହୁ ସଂଖ୍ୟାରେ ସାମିଲ ହୋଇ ୧୩-୧୫ ଅଗଷ୍ଟ ମଧ୍ୟରେ ପ୍ରତି ଘରେ ତ୍ରିରଙ୍ଗା ଉଡାଇବାକୁ ଅପିଲ କରିଛନ୍ତି ।

ମୋଦି ଟୁଇଟ କରି ତ୍ରିରଙ୍ଗା ସହ ଜଡିତ ସମିତିର ଡିଟେଲ ଶେୟାର କରିବା ସହ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଡାଯାଇଥିବା ପ୍ରଥମ ତ୍ରିରଙ୍ଗାର ଫଟୋ ବି ଶେୟାର କରିଛନ୍ତି । ଏହି ଅବସରରେ ମୋଦି ଲେଖିଛନ୍ତି, ୨୨ ଜୁଲାଇ ଆମ ଇତିହାସରେ ମହତ୍ୱ ରଖେ । କାରଣ ଏହିଦିନ ଭାରତୀୟ ରାଷ୍ଟ୍ରୀୟ ପତାକାକୁ ଗ୍ରହଣ କରାଯାଇଥିଲା ।

ମୋଦି ଆହୁରି ମଧ୍ୟ ଲେଖିଛନ୍ତି, ଚଳିତ ବର୍ଷ ଆମେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛେ । ଆସନ୍ତୁ ଆମେ ପ୍ରତି ଘରେ ତ୍ରିରଙ୍ଗା ଆନ୍ଦୋଳନକୁ ମଜଭୁତ କରିବା । ୧୩-୧୫ ଅଗଷ୍ଟ ମଧ୍ୟରେ ତ୍ରିରଙ୍ଗା ଉଡାନ୍ତୁ ଅବା ନିଜ ନିଜ ଘରେ ଏହାକୁ ଉଡାନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ଆହୁରି ମଜଭୁତ କରିବ ।