ମୁଁ ରାଜନୀତିରେ ଯୋଗ ଦେବାକୁ ଚାହୁଁଥିଲି : ପ୍ରଧାନ ବିଚାରପତି

ରାଞ୍ଚି (ସଂକେତ ଟିଭି): ମୁଁ ସକ୍ରିୟ ରାଜନୀତିରେ ଯୋଗ ଦେବାକୁ ଚାହୁଁଥିଲି । କିନ୍ତୁ ମୋ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ନିଜ କ୍ୟାରିଅରର ଅଭିଳାସକୁ ନେଇ ଏମିତି କିଛି ଖୁଲାସା କରିଛନ୍ତି ସୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ।

ପ୍ରଧାନ ବିଚାରପତି ଶନିବାର ରାଞ୍ଚିର ଜଷ୍ଟିସ ଜେବି ସିହ୍ନା ମେମୋରିଆଲ ଉଦ୍‌ଘାଟନୀ ସ୍ମୃତି ଅଭିଭାଷଣ ସଭାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରେ ଯୋଗ ଦେବାର ଖୁବ୍ ଇଚ୍ଛା ଥିଲା । କିନ୍ତୁ ଭାଗ୍ୟର ଇଚ୍ଛା କିଛି ଅଲଗା ଥିଲା । ଜୀବନରେ ଆଉ କିଛି ଲକ୍ଷ୍ୟ ଆଶାରେ ନିଷ୍ପତ୍ତି ବଦଳାଇବା ଏତେ ସହଜ ନଥିଲା । ସେଥିପାଇଁ ମୋତେ ବହୁ କଷ୍ଟ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି । ଏହି ଅବସରରେ ବିଚାର ବ୍ୟବସ୍ଥାର ଥିବା ସମସ୍ୟାକୁ ନେଇ ନିଜର ମତ ରଖିଲେ ।

ସେ କହିଛନ୍ତି ଯେ, ଅଦାଲତରେ ଖାଲି ପଡ଼ିଥିବା ପଦବୀ ପୂରଣ ନହେବା ଏବଂ ଭିତ୍ତିଭୂମି ଉନ୍ନତି ନହେବା କାରଣରୁ ଦେଶରେ ଶତାଧିକ ମାମଲା ସମାଧାନ ନହୋଇ ପଡ଼ିରହୁଛି । ଅସଲ ସମସ୍ୟା ନଜାଣି ଲୋକେ ବୀଚାରପତିଙ୍କୁ ଦୋଷ ଦିଅନ୍ତି । ଅନେକ ସମୟରେ ଏହି ସମସ୍ୟା ସମ୍ପର୍କରେ ମୁଁ ଉତଥାପନ କରିଛି । ଉଭୟ ଭିତ୍ତିଭୂମି ଓ ମାନବ ସମ୍ବଳ ଆବଶ୍ୟକତା ପାଇଁ ପ୍ରସ୍ତାବ ଦେଇଛି ।

ସେହିପରି ଅବସର ପରେ ବିଚାରପତିମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଏବେ ବିଚାରପତିମାନଙ୍କୁ ଅବସର ପରେ ଶାରୀରିକ ଆକ୍ରମଣ କରାଯାଉଛି । ଯେଉଁ ସମାଜରେ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇ ରହୁଛନ୍ତି ସେଇ ସମାଜରେ ବିଚାରପତିମାନେ ରହୁଛନ୍ତି । ହେଲେ ସେଇ ବିଚାରପତିମାନଙ୍କର ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ନାହିଁ । ଅନ୍ୟ ବୃତ୍ତିମାନଙ୍କରେ କେମିତି ସୁରକ୍ଷା ଯୋଗାଇ ଦିଆଯାଉଛି ସେ ବିଷୟରେ ଉଦାହାରଣ ଦେଇଥିଲେ ରମତ୍ତା ।

ତାଙ୍କ କହିବା ଅନୁଯାୟୀ ଦେଶରେ ରାଜନେତା, ବ୍ୟୁରୋକ୍ରାଟ, ପୁଲିସ ଅଫିସର ଏବଂ ଲୋକ ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ବିଚାରପତିମାନଙ୍କୁ ସେଭଳି ସୁରକ୍ଷା ଯୋଗାଇ ଦିଆଯାଉ ନଥିବା ସେ କ୍ଷୋଭ ପ୍ରକାଶ କରିଥିଲେ ।ଏହି ଅବସରରେ ସେ ଦେଶର ଗଣମାଧ୍ୟମର କାର୍ଯ୍ୟକଳାପକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ ।