ପ୍ରେମରେ ବିଫଳ ହୋଇ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବାଲେଶ୍ବର (ସଂକେତ ଟିଭି): ପ୍ରେମରେ ବିଫଳ ହୋଇ ଶୌଚାଳୟ ଭିତରେ କିରାସିନି ଢାଳି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆରେ ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ବାରିଗିଁଆ ଗାଁର ଜଣେ ବିବାହିତ ଯୁବକ ଦୟାନିଧି ଜେନା ସେହି ଗାଁର ଜଣେ ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଆସୁଥିଲେ। ହେଲେ ପ୍ରେମରେ ବିଫଳ ହୋଇଥିଲେ । ଆଜି ଛାତ୍ରୀଜଣକ ସକାଳେ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିବା ସମୟରେ ଉକ୍ତ ଯୁବକ ଜଣକ ଗାଁ ମଝିରୁ ଛାତ୍ରୀ ଜଣକୁ ଟାଣିନେଇ ଏକ ପାଇଖାନା ନିକଟରେ କିରାସିନି ଢାଳି ପୋଡ଼ି ମାରିଦେଇଥିଲେ।

ପ୍ରେମରେ ବିଫଳ ହୋଇ ଯୁବକଜଣକ ଏମିତି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ମୃତ ଛାତ୍ରୀଙ୍କ ନିକଟରେ କଟା ଚୁଟି, ଲାଇଟର ଓ ବିଷ ବୋତଲ ପଡିଥିବା ଦେଖିବାକୁ ମିଳିଛଇ । ଏପିରିକି ମାରିବା ପୂର୍ବରୁ ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ଚୁଟି କାଟିଥିବା ଜଣାପଡିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଗ୍ରାମବାସୀମାନେ ଅଟକ ରଖିଛନ୍ତି।