ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକାର ୟୁଜିନରେ ଆୟୋଜିତ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ଭାରତୀୟ ଜାଭଲୀନ ଫିଙ୍ଗାଳି ନୀରଜ ଚୋପ୍ରା ଆଜି ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରାୟ ୧୯ ବର୍ଷ ପରେ ଭାରତକୁ ଏହି ସଫଳତା ମିଳିଛି । ତାଙ୍କ ପୂର୍ବରୁ ୨୦୦୩ରେ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗୀତିରେ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।

ତେବେ ପ୍ରତିଯୋଗୀତାରେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପ୍ରଥମ ପ୍ରୟାସର ଫେଲ୍ ମାରିଥିଲେ। ତାଙ୍କର ପ୍ରଥମ ଥ୍ରୋକୁ ଫାଉଲ୍ ଘୋଷଣା କରାଯାଇଥିଲା। ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୮୨.୩୯ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ। ନୀରଜଙ୍କ ବିପକ୍ଷରେ ଖେଳୁଥିବା ଗ୍ରେନାଡ଼ା କେ ଆଣ୍ଡରସନ ପିଟର୍ସ ପ୍ରଥମ ପ୍ରୟାସରେ ୯୦.୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୯୦.୪୬ ଦୂର ଫିଙ୍ଗି ପ୍ରଥମ ରାଉଣ୍ଡରେ ହିଁ ନୀରଜଙ୍କ ଉପରେ ଚାପ ପକାଇଥିଲେ।

ଏହାପରେ ନୀରଜ ତୃତୀୟ ରାଉଣ୍ଡରେ ୮୬.୩୭ ଓ ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲୀନ ଫିଙ୍ଗି ନିଜର ପ୍ରଦର୍ଶନରେ ଉନ୍ନତୀ ଆଣିଥିଲେ ବି ପଞ୍ଚମ ରାଉଣ୍ଡରେ ଫେଲ୍ ମାରିଥିଲେ। ତାଙ୍କର ପ୍ରଥମ ଥ୍ରୋକ ଫାଉଲ୍ ଘୋଷଣା କରାଯାଇଥିଲା।

ଅନ୍ୟପଟେ ପ୍ରତିଯୋଗୀତାରେ ରୋହିତ ଯାଦବ ୧୦ମ ସ୍ଥାନ ହାସଲ କରିଛନ୍ତି। କାରଣ ସେ ତୃତୀୟ ରାଉଣ୍ଡରେ ହିଁ ପ୍ରତିଯୋଗିତାରୁ ବାହାରିଯାଇଥିଲେ। ସେ ପ୍ରଥମ ରାଉଣ୍ଡରେ ୭୭.୯୬, ଦ୍ୱିତୀୟରେ ୭୮.୦୫ ଓ ତୃତୀୟରେ ୭୮.୭୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିବାରେ ସକ୍ଷମ ହୋଇଥିଲେ।

ଏହି ପ୍ରତିଯୋଗୀତାରେ ୨୪ ବର୍ଷୀୟ ନୀରଜ ଚୋପ୍ରାଙ୍କ ବ୍ୟାତୀତ ଅନ୍ୟ ୩୪ ଜଣ ଆଥଲେଟ୍ ଭାଗ ନେଇଥିଲେ। ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ନୀରଜ ପ୍ରଥମ ଗ୍ରୁପ୍‌ରେ ଥିବା ବେଳେ ରୋହିତଙ୍କୁ ଗ୍ରୁପ୍ ‘ବି’ରେ ରଖାଯାଇଥିଲା। ନୀରଜ ତାଙ୍କ କ୍ୟରିୟରରେ ତୃତୀୟ ସବୁଠାରୁ ଭଲ ୮୮. ୩୯ ମିଟର ଥ୍ରୋ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ନୀରଜ ଓ ରୋହିତଙ୍କୁ ମିଶାଇ ମୋଟ ୧୨ ଖେଳାଳି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ।