ଅର୍ଜୁନ ତେନ୍ଦୁଲକରଙ୍କୁ କପିଲଙ୍କ ପରାମର୍ଶ

ନୂଆଦିଲ୍ଲୀ (ସଂକେତ ଟିଭି): ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୨ରେ ଖେଳିବାର ସୁଯୋଗ ମିଳିନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା । ଆଶା କରାଯାଉଥଲା ଚଳିତ ସିଜିନରେ ସେ ଆଇପିଏଲରେ ଡେବ୍ୟୁ କରିବେୟ ମାତ୍ର ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳିନାହିଁ । ଏବେ ୨୨ ବର୍ଷୀୟ ଅର୍ଜୁନଙ୍କୁ ନେଇ ବିଶ୍ କପ୍ ବିଜେତା ଦଳର ଅଧିନାୟକ କପିଲ ଦେବ ବଡ ବୟାନ ଦେଇଛନ୍ତି ।

କପିଲ ଦେବଙ୍କ କହିବା କଥା ଅର୍ଜୁନଙ୍କ ଉପରେ ତାଙ୍କର ସରନେମ କାରଣରୁ ପ୍ରତିଟି ସମୟ ଅଧିକ ଚାପ ରହିବ । କିନ୍ତୁ ତାଙ୍କୁ ନିଜର ଖେଳ ହିଁ ଖେଳିବାକୁ ପଡିବ। କପିଲ୍ ଦେବ ଏକ କାର୍ଯ୍ଯକ୍ରମରେ କହିଛନ୍ତି ଯେ କେହି ବି ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି କାହିଁକି ? କାରଣ ସେ ସଚିନ ତେନ୍ଦୁଲକରଙ୍କ ପୁଅ । ତାଙ୍କୁ ତାଙ୍କ ଖେଳ ଖେଳିବାକୁ ଦିଅ ।ଯାଉ ଏବଂ ସଚିନ ତେନ୍ଦୁଲକରଙ୍କ ସହ ତୂଳନା କରାନଯାଉ । କପିଲ ଦେବ କହିଛନ୍ତି, ତେନ୍ଦୁଲକର ସରନେମ ରହିବା ଅର୍ଜୁନଙ୍କ ପାଇଁ ଲାଭକାରୀ ଏବଂ କ୍ଷତିଦାୟକ ମଧ୍ୟୟ ଡନ ବ୍ରାଡମ୍ୟାନଙ୍କ ପୁଅ ମଧ୍ୟ ନିଜ ନାମ ବଦଳାଇ ଦେଇଥିଲେ । କାରଣ ସେ ଚାପକୁ ବରଦାସ୍ତ କରି ପାରୁନଥିଲେ । ତେଣୁ ଅର୍ଜୁନଙ୍କ ଉପରେ ଅଧିକ ଚାପ ପକାନ୍ତୁ ନାହିଁ, ସେ ଏବେ ବହୁତ ଯୁବ ଅଛନ୍ତି ।

ପୂର୍ବତନ ଅଧିନାୟକ କହିଛନ୍ତି, ମୁଁ ଅର୍ଜୁନଙ୍କୁ କେବଳ ଏତିକି ପରାମର୍ଶ ଦେବାକୁ ଚାହିଁବି ଯେ, ନିଜ ଖେଳକୁ ଉପଭୋଗ କର । ତାଙ୍କୁ କିଛି ସାବ୍ୟସ୍ତ କରିବାର ଆବଶ୍ୟକତା ନାହିଁ । ଯଦି ଆପଣ ନିଜ ପିତାଙ୍କ ୫୦ ପ୍ରତିଶତ ହୋଇଯାଆନ୍ତି ତେବେ ସେଥିରୁ ବଡ କିଛି ନାହିଁ । କାରଣ ତାଙ୍କ ନାମ ସହ ତେନ୍ଦୁଲକର ଯୋଡି କି ରହିଛି । ତେଣୁ ଅର୍ଜୁନଙ୍କଠୁ ବହୁତ ବଡ ଆଶା ରଖାଯାଉଛି ।